ବଣାଇଁରେ ନୂତନ ଅଦାଲତ କୋଠା ଉଦଘାଟିତ, ଉଦଘାଟନ କଲେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ ଏସ୍ ମୁରଲୀଧର :

ବଣାଇଁ ଉପଖଣ୍ଡ ସଦର ମହକୁମା ଠାରେ ଆଜି ସିଭିଲ ଅଦାଳତ କୋଠା ଉଦଘାଟିତ ହୋଇଯାଇଛି, ଦୀର୍ଘଦିନରୁ ନିର୍ମାଣ ସରିଥିବା ଏହି କୋଠାରେ ଏଣିକି ଉପଖଣ୍ଡ ନ୍ୟାୟାଳୟ, ସେସନ୍ସ କୋର୍ଟ ଏବଂ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଚାଲିବ l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟ ଓଡ଼ିଶାର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର, ସମ୍ମାନିତ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟର ବିଚାରପତି ଦେବବ୍ରତ ଦାଶ, ଯୋଗଦେଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ମହାନ୍ତ ଉଦଘାଟନୀ ସଭା ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ଯାଣ, ପଶ୍ଚିମାଞ୍ଚଳ ଆଇ.ଜି କବିତା ଜଲାନ, ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ, ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୂ ପ୍ରମୂଖ ଉପସ୍ଥିତ ରହିଥିଲେ l ଏଣିକି ଏହି କୋର୍ଟ ଚାଲିବା ଫଳରେ ଆଦିବାସୀ ଅଧ୍ୟୁଷିତ ବଣାଇଁ ଉପଖଣ୍ଡର ସାଧାରଣ ଜନତା ତ୍ଵରିତ ନ୍ୟାୟ ପାଇପାରିବେ ବୋଲି ବୁଦ୍ଧିଜୀବି ମହଲରେ ସ୍ଵାଗତ କରାଯାଇଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here