ଘୋଘର ମନ୍ଦିର ରାସ୍ତାରୁ ଯୁବକଙ୍କ ଶବ ଉଦ୍ଧାର , ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ :

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଘୋଘର ମନ୍ଦିର ଯିବା ରାସ୍ତା କଡ଼ରୁ ଜନୈକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଘୋଘର ଗ୍ରାମ ଦେହୁରୀ ପଡାର ୨୬ ବର୍ଷୀୟ ରାହୁଲ ନାଏକ ବୋଲି ଜଣାପଡିଛି ।
ଶନିବାର ଦିନ ୧୦ ଘଟିକାଟାରେ ରାହୁଲ ଘରେ ଥିବା ସମୟରେ ମୋବାଇଲରେ କଲ ଆସିବାରୁ ଘରୁ ବାହାରିଥିଲେ କିନ୍ତୁ ରାତିରେ ଆଉ ଘରକୁ ଫେରିନଥିଲେ। ରବିବାର ସକାଳୁ ତାଙ୍କର ମୃତଶରୀର ରାସ୍ତା କଡ ନିକଟରେ ପଡିଥିବା ନେଇ ଅଞ୍ଚଳବାସୀ ଦେଖିଥିଲେ । କାଳେ ସେ ବଞ୍ଚିଥିବେ ଭାବି ଗାଁ ଲୋକେ ଆମ୍ବୁଲାନ୍ସ ଯୋଗେ ରାଜଗାଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ ଚିକିତ୍ସା ପାଇଁ। ହେଲେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବାପରେ ମୃତ ଘୋଷଣା କରିଥିଲେ ।


ମୃତ ଯୁବକଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ଦେଖି ପରିବାର ଲୋକେ ରାଜଗାଙ୍ଗପୁର ଥାନା ସ୍ଥିତ କାଂସବାହାଲ ଫାଣ୍ଡିରେ ହତ୍ୟା ନେଇ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିଶର ତଦନ୍ତ ଆରମ୍ଭ ହୋଇଛି ।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଥାନାଧିକାରୀ ମତବ୍ୟକ୍ତ କରିଛନ୍ତି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ତେବେ କିଏ କାହିଁକି ଓ କେଉଁ କାରଣରୁ ଏହି କାଣ୍ଡ ଭିଆଇଛି ତାହା ତଦନ୍ତ ସାପେକ୍ଷ ?

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here