ଖାଇବା ଥାଳି ରୁ ବଚସା, ବଡ ଭାଇ କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ସାନଭାଇ :

ଭାଇ ଭାଇ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା, ଉତ୍ୟକ୍ତ ସାନଭାଇ କ୍ରୋଧ ଜର୍ଜରିତ ହୋଇ ପରିଶେଷରେ ବଡ ଭାଇକୁ ହତ୍ୟା କରିବା ପାଇଁ ପଛେଇ ନଥିଲା । ଏଭଳି ଏକ ବର୍ବୋରଚିତ ଅମାନୁଷିକ ଘଟଣା ଘଟିଛି ବଣାଇଁ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଭାଗବାନ ସାହି ମୁଣ୍ଡା ବସ୍ତି ରେ I ଗତକାଲି ରାତ୍ରି ଭୋଜନ କରିବା ପାଇଁ ଉଭୟ ସାନ ଭାଇ ଲଣ୍ଡା ମୁଣ୍ଡା ଓ ବଡଭାଇ ଶୁକ୍ରl ମୁଣ୍ଡା ବସିଥିଲେ l ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସl ହେବା ପରେ ଖାଇବା ଥାଳିରୁ ଉଠି ଏକ ଟାଙ୍ଗିଆ ଆଣି ବଡ ଭାଇକୁ ଗୋଡାଇ ଗୋଡାଇ ହତ୍ୟା କରି ଫେରାର୍ ହୋଇଯାଇଥିଲା l ଘରେ ଥିବା ଅନ୍ୟ ମାନଙ୍କୁ ମଧ୍ୟ ପାଖକୁ ଆସିଲେ ହତ୍ୟା କରିବ ବୋଲି ଧମକ ଦେବା ଫଳରେ କେହି ପାଖକୁ ଆସି ନଥିବା ଜଣାପଡିଛି l ଆଜି ସକାଳେ ପରିବାର ପକ୍ଷରୁ ମହୁଲପଦା ଥାନା ରେ ଅଭିଯୋଗ ହେବା ପରେ ପୋଲିଶ ଏବେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଶବ ଜବତ କରି ଅଭିଯୁକ୍ତକୁ ପୋଲିଶ ଖୋଜୁଥିଲେ ହେଁ ଅଦ୍ୟାବଧି ପାଇନଥିବା ସବିଶେଷ ବିବରଣୀରୁ ଜଣାପଡିଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here