୫ଦିନ ହେବ ନିଖୋଜ ଯୁବକଙ୍କ ମୃର୍ତଦେହ ଏକ ଯୋର ନିକଟରୁ ଆଜି ଉଦ୍ଧାର

ଆଜି କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ ଛୋଟି ମଂଗଳପୁର ଠାରେ ବିରୁପା ନଦୀରେ ଏକ ନୂର୍ତନ ବ୍ରିଜ୍ କାର୍ଯ୍ୟ ଚାଲିଥିବ କାମରେ ଦୀର୍ଘ ୨ବର୍ଷ ହେବ ଜେସିବି ଅପରେଟର ଭାବେ ନିୟୋଜିତ ଥିବା କେଉଁଝରର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କରଡାପାଳ ଗ୍ରାମର ରଂଗାଧର ବରାଳଙ୍କ ପୁଅ ନାରାୟଣ ବରାଳ ଗତ ୧୩ ତାରିଖରୁ ରୟାଲ ଇନଫ୍ରା କନଷ୍ଟ୍ରକସନ୍ କମ୍ପାନୀ ବିରୂପା ପ୍ରାଇଭେଟ୍ ଲିମିଟେଡ ଛୋଟିକୁ କାମ କରିବାକୁ ଯାଇଥିବା ବେଳେ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ ।  ନିଖୋଜ ହେବାର ପରଦିନ ଉକ୍ତ କମ୍ପାନୀର ସିକ୍ୟୁରିଟ୍ ଗାର୍ଡ କମ୍ପାନୀ ଗେଟ୍ ପାଖରୁ ନାରାୟଣଙ୍କ ବାଇକ୍ ସହିତ ମୋବାଇଲ ଏବଂ ବାଇକ୍ ଚାବୀ ପଡିଥିବା ଦେଖି ଥାନକୁ ଖବର ଦେଇଥିଲେ । ନିକିରାଇ ଥାନା ପୋଲିସ ଖବର ପାଇବା ମାତ୍ରେକେ ତତକ୍ଷଣାତ୍ ଉକ୍ତ ଯୁବକଙ୍କୁ ଖୋଜା ଖୋଜି ଆରମ୍ଭ କରିଦେଇଥିଲେ । ହେଲେ ଯୁବକର କୌଣସି ପତା ମିଳିନଥିବା ଜଣାପଡିଥିଲା । ପୋଲିସ ଉକ୍ତ ଯୁବକ କାମ କରୁଥିବା କମ୍ପାନୀର ସାଂଗମାନଙ୍କୁ ପଚରା ଉଚରା କରିବା ପରେ ଜାଣିବାକୁ ପାଇଥିଲା ଯେ-ଉକ୍ତ ଯୁବକ ଜଣକ ସେହି ଛୋଟି ଗ୍ରାମର ଜୈନିକ ବାଳିକାକୁ କିଛିଦିନ ହେବ ପ୍ରେମ କରୁଥିଲେ ଏବଂ ପ୍ରାୟ ସମୟରେ ଉକ୍ତ ଯୁବତିଙ୍କ ସହିତ ମୋବାଇଲରେ ଗପସପ୍ ମଧ୍ୟ କରିଥିଲେ । ଏହି ପ୍ରେମ ବ୍ୟାପାରକୁ ନେଇ ଝିଅଘର ପକ୍ଷରୁ ମଧ୍ୟ ଆଗରୁ କେହିଥର ଉକ୍ତ ଯୁବକଙ୍କ ସହିତ ପାଟିତୁଣ୍ଡ ଏବଂ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି । ହଠାତ୍ ନିଖୋଜ ଯୁବକର ମୃର୍ତଦେହ ଗତକାଲି ଛୋଟି ନେତୁଆ ନିକଟରୁ ଏକ ଜୋର ବା ପରିତିକ୍ତ ପୋଖରୀ କଡରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ନିକିରାଇ ଥାନା ଅଧିକାରୀ ଶ୍ରୀଯୁକ୍ତ କାବୁଲି ବାରିକ୍ ସାଇଣ୍ଟିଫିକ୍ ଟିମ୍ ସହିତ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ପଚା ମୃର୍ତଦେହ ଟିକୁ ପାଣିରୁ ଛାଣି ଶବଟିକୁ ଜବତ କରିବା ପରେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଏକ ଘରୋଇ ମହାବୀର ଆମ୍ବୁଲାନ୍ସ ଯୋଗେ ଆଣି ଶବ ବ୍ୟବଚ୍ଛେଦ କରିବା ପରେ ମୃର୍ତା ଯୁବକଙ୍କ ପରିବାର ଲୋକଙ୍କୁ ଉକ୍ତ ଯୁଵକଙ୍କ ଡେଡବଡିକୁ ହସ୍ତାନ୍ତରଣ କରିବା ସହିତ ତଦନ୍ତ ପକ୍ରିୟା ଜାରୀ ରଖିଥିବା ଗଣମାଧ୍ୟମକୁ ପୋଲିସ ସୂଚନା ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here