ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ : ପୋଚାଲୁଣ୍ଡି ଚାମ୍ପିୟାନ୍

ବୁଗୁଡା: ୧୮/୦୨: (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମରେ ପନ୍ଦର ଦିନଧରି ଚାଲିଥିବା ଜୟ ଜଗନ୍ନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍ ମ୍ୟାଚ୍ କରଚୁଲି ଓ ପୋଚାଲୁଣ୍ଡି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପୋଚାଲୁଣ୍ଡି ଟିମ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ୧୫ ଓଭର୍ ରେ ସମସ୍ତ ୱିକେଟ୍ ହରାଇ ୯୩ ରନ୍ ସଂଗ୍ରହ କରିଥିଲା । ଜବାବରେ କରଚୁଲି ଟିମ ୯୨ ରନ୍ କରି ଅଲ୍ ଆଉଟ୍ ହୋଇଥିବା ବେଳେ ପୋଚାଲୁଣ୍ଡି ଟିମ୍  ବିଜୟୀ ହୋଇଥିଲା । ଉକ୍ତ ବିଜୟୀ ଟିମ୍ କୁ ସମ୍ମାନୀୟ ଅତିଥି ଭାବରେ କଳମ୍ବ  ସରପଞ୍ଚ ପ୍ରତିନଧି  ପ୍ରଦୀପ କୁମାର ଜେନା, ବାଲିପଦର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା  ଓ ଗ୍ରାମର ସଭାପତି କାମଦେବ ପ୍ରଧାନ ପ୍ରମୁଖ ଯୋଗ ଦେଇ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିମା ନାୟକ, କାହ୍ନୁଚରଣ ଗୌଡ଼, ଅରୁଣ କୁମାର ଭୋଳ, ଅଜୁ, ସନୁ, ନାରାୟଣ ପ୍ରମୁଖ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟ୍ ର ସଂପୂର୍ଣ୍ଣ ପରିଚାଳନା କରିଥିଲେ । ମକୁ ଓ ପପୁ ଏମ୍ପାୟର୍ ଭାର ସମ୍ଭାଳି ଥିବା ବେଳେ କୈଳାସ କମେଣ୍ଟ୍ରି କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here