ପୁରୀରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟମାନ ଯାଞ୍ଚ

ପୁରୀ- ତା. ୧୮.୦୨.୨୦୨୧- ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ କୋଣାର୍କରେ ଥିବା ପ୍ରାୟ ୨୦ଟି ହୋଟେଲ ଓ ରେସ୍ତରାଁ, ମିଠା ଦୋକାନରେ ଅଚାନକ ପରିଦର୍ଶନ କରି ବିଭିନ୍ନ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ଆଜି ସଂଗ୍ରହ କରିଛନ୍ତି । ଖାଦ୍ୟ ସୁରକ୍ଷା ନୀୟମ ଉଲ୍ଲଂଘନ କରିବା ଅଭିଯୋଗରେ ୧୦ ହଜାର ୯ ଶହ ଟଙ୍କା ଆଦାୟ କରାଯାଇଛି । ଏଥିସହ କିଛି ହୋଟେଲକୁ ମଧ୍ୟ ନୋଟିସ ଜାରି କରାଯାଇଛି । ଏହି ଟିମରେ ଡିପିଏଚଓ ଡଃ ବିରଜା ଶଙ୍କର ରଥ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ବରୀ ପତି, ଖାଦ୍ୟ ଯାଞ୍ଚ ସହାୟକ ଶ୍ରୀ ଭ୍ରମରବର ଜେନା, ଶ୍ରୀ ସୁଶାନ୍ତ ଜେନା, ଶ୍ରୀ ଶକ୍ତି ପ୍ରସାଦ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here