୬୭ କେଜି ଗଞ୍ଜେଇ ସମେତ ମାରୁତି କାର ଜବତ , ଜନୈକା ମହିଳା ସହ ୪ ଗିରଫ :

ଭାରି ମାତ୍ରାରେ ଗଞ୍ଜେଇ ଜବତ କଲା ଟାଉନ ଥାନା ପୋଲିଶ । ଉକ୍ତ ଘଟଣାରେ ଗୋଟିଏ ମାରୁତି କାର ଓ ଜନୈକା ମହିଳା ସମେତ ୪ ଜଣ ଗିରଫ ମଧ୍ୟ ହୋଇଛନ୍ତି । ସେମାନଙ୍କ ଠାରୁ ନଗଦ ୧୫ , ୮୩୦ ଟଙ୍କା ସହ ୪ ଟି ମୋବାଇଲ , ୪ ଟି ଜରି  ବେଗରେ ଭର୍ତ୍ତୀ ହୋଇଥିବା ଗଞ୍ଜେଇ , ଗୋଟିଏ ଧଳା ରଙ୍ଗର ମାରୁତି କାର ଏଚ ଆର ୫୧ ଡବ୍ଲୁ ୯୫୫୭ ମଧ୍ୟ ଜବତ ହୋଇଛି । ସୁନ୍ଦରଗଡ ଏସପିଙ୍କୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା ଯେ ଉତ୍ତରପ୍ରଦେଶର ମଥୁରା ଅଞ୍ଚଳରୁ ଗୋଟିଏ ଧଳା ମାରୁତି କାର ପ୍ରବଳ ମାତ୍ରାରେ ଗଞ୍ଜେଇ ନେଇ ଯାଉଛି । ଉକ୍ତ କାରଟି ଝାରସୁଗୁଡା ଦେଇ ଟାଉନ ଥାନା ହୋଇ ବେପାର କରିବା ପାଇଁ ଯାଉଛି । ଖବର ପାଇବା ପରେ ଏସପିଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଟାଉନ ଥାନା ଅଧିକାରୀ ଓ ସହକର୍ମୀଙ୍କୁ ନେଇ ଏକ ଦଳ ଗଠନ କରି ଥାନାରେ ଥିବା ଫୋର୍ସଙ୍କ ସମେତ ରାଣୀବଗିଚା ନିକଟରେ ପହଞ୍ଚି ଗୋଟିଏ ଧଳା ମାରୁତି କାରକୁ ଅଟକାଇଥିଲେ । ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉକ୍ତ କାରର ଯାଞ୍ଚ କରାଯାଇଥିବା ବେଳେ ୪ ଟି ପଲିଥିନ ବ୍ୟାଗରେ ଭର୍ତ୍ତି ଗଞ୍ଜେଇ ଜବତ ହୋଇଥିଲା କାର ପଛପଟେ ଥିବା ଡିକିରୁ । ଯାହାର ଓଜନ ଥିଲା ୬୭ . ୧୦୦ ଗ୍ରାମ ଏବଂ ଏହି ଜବତ ଗଞ୍ଜେଇର ମୁଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଏହା ସୁନ୍ଦରଗଡ ସ୍ଥିତ ଟାଉନ ଥାନା ପାଇଁ ଏକ ବଡ ସଫଳତା ବୋଲି ଚର୍ଚ୍ଚ ଚାଲିଛି । ଏହି ଘଟଣାରେ ସଂପୃକ୍ତ ଜନୈକା ମହିଳା ସମେତ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଟାଉନ ଥାନା ପୋଲିଶ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ଆମ ଜିଲ୍ଲା ପ୍ରତିନିଧି ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ଓଡିଶା 1ଟିଭି   ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here