ଘୋର ଅବ୍ୟବସ୍ଥା ଘେରରେ ସୁନ୍ଦରଗଡ଼ ସ୍ଵାସ୍ଥ୍ୟ ସେବା :

ସୁନ୍ଦରଗଡରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଏକ ମାସ ଅଠର ଦିନ ଛୁଆର ଶୋଚନୀୟ ମୃତ୍ୟୁ । ଅନଭିଜ୍ଞ ଆଶା କର୍ମୀଙ୍କ ଦ୍ୱାରା ଭେକ୍ସିନେସନ ପ୍ରୟୋଗ ଯୋଗୁଁ ଛୁଆର ମୃତ୍ୟୁ ହୋଇଥିବା ପରିବାର ଳୋକଙ୍କ ଅଭିଯୋଗ । ଘଟଣା ହେଉଛି ସୁନ୍ଦରଗଡ ଜିଲ୍ଲା କିଞ୍ଜରକେଲା ଥାନା ବି.କରୁଆ ବାହାଲ ଗାଁର । ରଞ୍ଜିତା ଟପ୍ପୋ ନାମକ ଜଣେ ମହିଳାଙ୍କ ଏକ ମାସ ଅଠର ଦିନର ଶିଶୁ ପୁତ୍ରର ହୋଇଛି ମୃତ୍ୟୁ । ବି.କରୁଆ ବାହାଲର ଆଶା କର୍ମୀ ଓ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ କଅଁଳ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା କଥା ମୃତ ଶିଶୁର ମା ଓ ବାପା ଅଭିଯୋଗ କରିଛନ୍ତି । ବି.କରୁଆ ବାହାଲର ଇଏ ହେଉଛନ୍ତି ସେହି ହତଭାଗ୍ୟ ମା ଓ ବାପା । ଅନଭିଜ୍ଞ ଆଶା କର୍ମୀଙ୍କ ବେପରୁଆ ଭେକ୍ସିନେସନ ଓ ରୋଗ ନ ଜାଣି ଔଷଧ ପ୍ରୟୋଗ ଯୋଗୁଁ ଏପରି ଅଭାବନୀୟ ଘଟଣା ଘଟିଛି । କେବଳ ସେତିକି ନୁହେଁ ନ୍ୟାୟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ( ସ୍ୱାସ୍ଥ୍ୟ  ସେବା )ଙ୍କୁ ଗୁହାରି କଲେ ନାଲି ଆଖି ଦେଖାଇ କଥା ହେଉଥିବା କଥା ମୃତ ଶିଶୁର ମା’, ବାପା ଓ ମାଉସୀ ଅଭିଯୋଗ କରିଛନ୍ତି । ଏପରିକି ଶିଶୁକୁ ମୃତ ଘୋଷଣା କରି ପୋଷ୍ଟ ମୋର୍ଟେମ ପାଇଁ ରଖିଥିଲେ ମଧ୍ୟ ସମୟୋଚିତ ପଦକ୍ଷେପ ନେବାରେ ଅବହେଳା କରାଯାଉଥିବା କଥା ଏମାନେ ଅଭିଯୋଗ କରିଛନ୍ତି ।

ଗତକାଲି ଶିଶୁଟିକୁ ବି.ସି.ଜି ଟୀକା ଓ ଲାଇଫ ସେଭିଙ୍ଗ ଭେକ୍ସିନେସନ ସହ ପାରାସିଟାମଲ ବଟିକା ଆଶା କର୍ମୀ ଦେଇଥିଲେ । ଟୀକା କରଣ ପରେ ଶିଶୁର ଦେହ ଖରାପରୁ ଖରାପ ହେଉଥିବା ବେଳେ ପରିବାର ଲୋକେ ଗତ କାଲି କିଞ୍ଜିରକେଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶିଶୁଟିକୁ ନେଇଥିଲେ । ତେବେ ସେଠାରେ ଥିବା ଡାକ୍ତର ଏହା ସାଧାରଣ ପ୍ରତିକ୍ରିୟା କହି ଶିଶୁକୁ ପାରାସିଟାମଲ ବଟିକା ଖୋଆଇବାକୁ କହିଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ଶିଶୁକୁ ପରିବାର ଲୋକେ ବଟିକା ଦେଇଥିଲେ । ଆଜି ଭୋରରେ ଶିଶୁର ଅବସ୍ଥା ଗୁରତର ହେବା ଜାଣି ଶିଶୁକୁ ପୁନର୍ବାର କିଞ୍ଜରକେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ନେଇଥିଲେ ।  ହେଲେ ସେଠାରେ ଡାକ୍ତର ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ରେଫର କରିଥିଲେ । ଜିଲ୍ଲା ଚିକିତ୍ସାଲୟରେ ଶିଶୁକୁ ମୃତ ଘୋଷଣା କରାଯାଇଥିଲା ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଏପରିକି ପରିବାର ଲୋକେ ଭେକ୍ସିନେସନ ଯୋଗୁଁ ତାଙ୍କ ସନ୍ତାନ ମରିଥିବା କଥା ଅଭିଯୋଗ କରିଛନ୍ତି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ତେବେ ଶିଶୁଟିର ପୋଷ୍ଟ ମୋର୍ଟେମ ରିପୋର୍ଟ ଆସିବା ପରେ ପ୍ରକୃତ ବୈଜ୍ଞାନିକ କାରଣ ଜଣା ପଡିବ ବୋଲି ସେ କହିବା ସହ ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ମଧ୍ୟ କରାଯିବ ବୋଲି କହିଛନ୍ତି ।  ଗୋଟିଏ ପଟେ ଅନଭିଜ୍ଞ ଆଶା କର୍ମୀଙ୍କ ଦ୍ୱାରା ଟୀକାକରଣ ଓ ଅନ୍ୟ ପଟେ ଚିକିତ୍ସାରେ ଅବହେଳା ଯୋଗୁଁ ଶିଶୁର କରୁଣ ମୃତ୍ୟୁ  । ତା, ସାଙ୍ଗକୁ ଅଭିଯୋଗ ବା ଆପତ୍ତି କଲେ ଅଧିକ୍ଷକ ନାଲି ଆଖି ଦେଖାଇ ଦୁର୍ବ୍ୟବହାର କରୁଥିବା କଥା ପରିବାର ଲୋକଙ୍କୁ ଅଧିକ ମର୍ମାହତ କରିଛି । ମୃତ ଶିଶୁକୁ ଯଦି ନ୍ୟାୟ ନ ମିଳେ ତେବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଅଧିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବୀ କରି ଆନ୍ନା କୁଜୁର ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।

ସୁନ୍ଦରଗଡ଼ ରୁ ଆମ ଜିଲ୍ଲା ପ୍ରତିନିଧି ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ଓଡିଶା 1ଟିଭି   ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here