ଚାଲୁଥିବା ରେଳରୁ ପଡି ଟି ଟି ଇହଲୀଳା ସମ୍ବରଣ କଲେ :

ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ରେଳବାଇ ପୋଲିଶ  ଜଣେ ଟି ଟି ଙ୍କ ମୃତ ଶରୀର ଉଦ୍ଧାର କରିଛନ୍ତି l ହାୱାଡା ପୁନେ ଆଜାଦ ହିନ୍ଦ ଏକ୍ସପ୍ରେସ ରେଳର ଏ. କରୁଣାକର ରାଓ ନାମକ ରେଳ ବିଭାଗର ଟି. ଟି ଗୋଡ଼ପୋଷ ଓ  ଶାଗରା ମଝିରେ ଟ୍ରେନରୁ ଖସି ପଡିଲେ l  ଯାତ୍ରୀ ମାନେ ଏହା ଦେଖି ରେଳ ବିଭାଗ କର୍ମଚାରୀଙ୍କୁ ସୂଚିତ କରିଥିଲେ । ଯାତ୍ରୀଙ୍କ କହିବା ଅନୁସାରେରେ ଟି ଟି ଗେଟ ସାମ୍ନାରେ ଠିଆ ହେଇଥିଲେ ଓ ପରେ  ଦ୍ରୁତ ଗତିରେ ରେଳଟି ଯାଉଥିଲା ବେଳେ ଗେଟକୁ ଖୋଲିଥିଲେ l ଅସାବଧାନତାରୁ ତାଙ୍କ ଗୋଡ଼ ଖସିଗଲା ଓ ସେ ତଳେ ପଡିଯାଇଥିଲେ l ଖବର ପାଇ ରାଜଗାଙ୍ଗପୁର ରେଳବାଇ ଫାଣ୍ଡି ଅଧିକାରୀ ଆର. କେ. ଭଇସାଲ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ l  ଟି ଟିଙ୍କ ପରିଚୟ କାର୍ଯ୍ୟରତ ରେଳ କାର୍ଯ୍ୟାଳୟକୁ ପଚାରି ବାରୁ ତାଙ୍କ ପରିଚୟ ମିଳିଥିଲା l ତାଙ୍କ ନାମ ଏ. କରୁଣାକର ରାଓ । ସେ ଝାରଖଣ୍ଡ ଜାମସେଦପୁର ସିଂଭୁମ ଜିଲ୍ଲାର କଦ୍ମା ଅଞ୍ଚଳର ଅଟନ୍ତି l ରେଳବାଇ ପୋଲିଶ ଶବ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠୀ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ଆଣିଥିଲେ । ଏ ବାବଦରେ ତାଙ୍କ ଭାଇ ଏ ମୋହନ ରାଓଙ୍କୁ ଖବର ମଧ୍ୟ କରିଥିଲେ l  ଶବ ବ୍ୟବଛେଦ ପରେ ତାଙ୍କ ଭାଇ ଙ୍କୁ ଶବ ହସ୍ତାନ୍ତର କରାଗଲା l

ସୁନ୍ଦରଗଡ଼ ରୁ ଆମ ଜିଲ୍ଲା ପ୍ରତିନିଧି ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ଓଡିଶା 1ଟିଭି   ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here