ତିଳ ସପ୍ତମୀ ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ :

କଳି ଯୁଗରେ ମହାମନ୍ତ୍ର ଜପିଲେ ସ୍ବର୍ଗ ପ୍ରାପ୍ତି ହେବାର  ଅନେକ କିମ୍ବଦନ୍ତୀ ରହିଛି । ପବିତ୍ର ତିଳ ସପ୍ତମୀ ଉପଲକ୍ଷେ ଶ୍ରଦ୍ଧାଳୁ ଭକ୍ତ ଗଣ ପ୍ରାତଃରୁ ସ୍ନାନାଦି ପର୍ବ ସାରି ବିଭିନ୍ନ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରିଥିଲେ । ଅନୁରୂପ ଭାବେ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପଦ୍ମପୁର ରାସ୍ତା ତଥା ୧୪୩ ନଂ ଜାତୀୟ ରାଜପଥ କଡରେ ଥିବା ଲୋକନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ଅଷ୍ଟପ୍ରହର ନାମଯଜ୍ଞ । ଭୋର ସମୟରେ କୋଏଲ ନଦୀ ଘାଟକୁ ଯାଇ କଳଶାଧିବାସ ସାରି ଫେରିବା ପରେ ଅୟମାରମ୍ଭ ହୋଇଥିଲା ମହାମନ୍ତ୍ରର ଉଚ୍ଚାରଣ । ମଣ୍ଡପରେ ଶ୍ରୀ ଶ୍ରୀ ରାମ ଓ କୃଷ୍ଣ ପ୍ରଭୂଙ୍କ ପଟ୍ଟ ଚିତ୍ରରେ ପୂଜା ଅର୍ଚ୍ଚନା କରିବା ସହ ନିମନ୍ତ୍ରିତ ବ୍ରାହ୍ମଣ ବସି ଆରମ୍ଭ କରିଥିଲେ ମହାମନ୍ତ୍ରର ଜପ କରିବା । ଗ୍ରାମର କିଛି ଦଳ ସମେତ ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ଦଳ ସମୟ ଅନୁଯାଇ ପ୍ରଦର୍ଶନ କରିଥିଲେ ନିଜ ଦଳର ସଂକୀର୍ତ୍ତନ । ତେବେ ଉକ୍ତ ଅଷ୍ଟପ୍ରହର ନାମଯଜ୍ଞର ମୁଖ୍ୟ ଦୃଶ୍ୟ ଥିଲା ଯେ ଏକ ମହିଲା ସଂକୀର୍ତ୍ତନ ଦଳ ମଣ୍ଡପରେ ନୃତ୍ୟ ପ୍ରଦର୍ଶନ ପୂର୍ବକ ମହାମନ୍ତ୍ର ଯପ କରିଥିଲେ । ଆଜିର ଏହି ନାମଯଜ୍ଞକୁ ଦର୍ଶନ କରିବା ପାଇଁ ବିଭିନ୍ନ ଗ୍ରାମର ଶ୍ରଦ୍ଧାଳୁ ଛୁଟି ଆସିଥିଲେ ଲୋକନାଥ ନାମ୍ନୀ ଶୈବ ମନ୍ଦିରକୁ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଥିଲା ଅଷ୍ଟପ୍ରହର ନାମଯଜ୍ଞ । ଆସନ୍ତା କାଲି ମହାମନ୍ତ୍ର ନାମ ସଂପୂର୍ଣ୍ଣ ହେବା ସହ ନଗର କୀର୍ତ୍ତନ ପରେ ଦଧି ହାଣ୍ଡି ଭଙ୍ଗା ହେବା ସହ ପୂର୍ଣ୍ଣାହୂତୀ ପରେ ନାମଯଜ୍ଞ ସଂପୂର୍ଣ୍ଣ ହେବ ବୋଲି ନାମଯଜ୍ଞର ମୁଖ୍ୟ ପୁରୋଧା ସୂଚିତ କରିଥିଲେ । ତେବେ ଏହି ଲୋକନାଥ ନାମକ ଶୈବ ମନ୍ଦିରରେ ଅନେକ ବର୍ଷରୁ ତିଳ ସପ୍ତମୀ ତିଥିରେ ପାଳିତ ହୋଇ ଆସୁଛି ହରି ନାମ ସଂକୀର୍ତ୍ତନ ତଥା ଅଷ୍ଟପ୍ରହର ନାମଯଜ୍ଞ । ତେବେ ଏହି ଧାର୍ମିକ କାର୍ଯ୍ୟରେ ବହୁ ଶ୍ରଦ୍ଧାଳୁ ଭକ୍ତ ତଥା ଯୁବଗୋଷ୍ଠୀ ଆଗେଇ ଆସନ୍ତି ସହଯୋଗ କରିବା ସକାସେ । ତେବେ ଏହି ମନ୍ଦିର ପରିସରରେ ବିବାହ , ବ୍ରତ ତଥା ରୁଦ୍ରାଭିଷେକ ଇତ୍ୟାଦୀ ବଡ ବଡ ଧାର୍ମୀକ କାର୍ଯ୍ୟକ୍ରମ ସମ୍ପନ୍ନ ହେଉଥିବା ବିଷୟରେ ମୁଖ୍ୟ ପୂଜକ ରାଜୀବ ଲୋଚନ ପୂରୋହିତ । ଏହି ନାମଯଜ୍ଞ କାର୍ଯ୍ୟକ୍ରମରେ ବିଭିନ୍ନ ମନ୍ଦିରର ପୂଜକଗଣ ଆନ୍ତରିକତାର ସହିତ ସହଯୋଗ କରୁଥିବାର ପରିଲକ୍ଷିତ ହୋଇଥିଲା ।

ସୁନ୍ଦରଗଡ଼ ରୁ ଆମ ଜିଲ୍ଲା ପ୍ରତିନିଧି ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ଓଡିଶା 1ଟିଭି   ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here