ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ; ନବରଙ୍ଗପୁର ଜିଲା .

ଡାବୁଗାଁ,୧୭/୨ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଚାଷୀ ମହାସଂଘ  ତରଫରୁ ନବରଙ୍ଗପୁର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର  ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥଙ୍କୁ ବୁଧବାର ପ୍ରଦାନ କରାଯାଇଛି । ଡାବୁଗାଁ ବ୍ଲକ ରେ ଧାନ କିଣିବାର ଟାର୍ଗେଟ ଶେଷ ହୋଇଯାଇଛି | ଏହାର ମୁଖ୍ୟ କାରଣ ହେଲା ପ୍ରକୃତ ଚାଷୀଙ୍କୁ ପ୍ରାଧାନ୍ୟ ନଦେଇ ନକଲି ଚାଷୀ ପାଇଥିବା ଟୋକନ କୁ ପ୍ରାଧାନ୍ୟ  ଦିଆଯାଇ ଧାନ କ୍ରୟ କରାଯାଉଛି  କିନ୍ତୁ ପ୍ରକୃତ ଚାଷୀଙ୍କ  ଧାନ କ୍ରୟ କରାଯାଉନାହିଁ  | ଏଥିରେ ନକଲି ଚାଷୀ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ସଲାସୁତୁରା ହୋଇ ସେମାନଙ୍କ ଧାନକୁ କ୍ରୟ କରାଯାଉଛି | ଗତ ଦିନ ମାନଙ୍କରେ  ଏହାର ପ୍ରମାଣ ମଧ୍ୟ ରହିଛି | ଉକ୍ତ ବିଭାଗକୁ ବାରମ୍ବାର ଜଣାଇବା ସତ୍ତ୍ୱେ ସେମାନେ ପୁନର୍ବାର ଆସିଥିବା କିସ୍ତିକୁ ମଧ୍ୟ ସେମାନଙ୍କ ମନମୁଖୀ ହିସାବରେ କ୍ରୟ କରିଛନ୍ତି | ଆଗାମୀ ୭  ଦିନ ଦିନରେ ପ୍ରକୃତ ଚାଷୀ ଙ୍କ ଧାନ କ୍ରୟ କରାନଗଲେ ଟୋକନ ମିଳିଥିବା ୫୦୦ ରୁ ଊର୍ଦ୍ଧ୍ଵ ଚାଷୀ ମାନେ ଡାବୁଗାଁ – ନବରଙ୍ଗପୁର ମୁଖ୍ୟ ରାସ୍ତା ଉପରେ ଧାନ ରଖି ରାସ୍ତା ଆବୋରାଧ କରିବେ ଓ ସରକାର ଉକ୍ତ ଧାନ ଯେତେ ଦିନ ପର୍ଯ୍ୟନ୍ତ କ୍ରୟ ନକରନ୍ତି ଆନ୍ଦୋଳନ ଜାରି ରହିବ ବୋଲି ଦାବିପତ୍ର ରେ ଉଲ୍ଲେଖ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଚାଷୀ ମହାସଙ୍ଘ ସଭାପତି ସତ୍ୟରଞ୍ଜନ ପାତ୍ର, ଉପ-ସଭାପତି ରାଜେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ଦେବୀ ପ୍ରସାଦ ରଥ, ଶିବ ପ୍ରସାଦ ମିଶ୍ର,   କିଶୋର କୁମାର ଜେନା, ଆଶୁତୋଷ ଜେନା, ଯୁଧିଷ୍ଠିର ତନ୍ତୀ, ଯୋଗେଶ ବିଶୋଇ ଙ୍କ ସମେତ ୩୦ ରୁ ଊର୍ଦ୍ଧ୍ଵ ଚାଷୀ ଉପସ୍ଥିତ ରହି ଦାବି ପତ୍ର ଦେବାରେ ସହଯୋଗ କରିଥିଲେ ।

                                                                                                                                                   

   ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here