ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ . ନବରଙ୍ଗପୁର:

ଡ଼ାବୁଗାଁ, ୧୯/୨ -ନବରଙ୍ଗପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି  ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ  ମାନଙ୍କ ସହିତ ଏକ ସମୀକ୍ଷା ବୈଠକ  ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ନୋଡାଲ ଅଧିକାରୀ,  ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଏପିଡ଼ି ଡିଆରଡିଏ (ଏଡିଏମଏନ )

ଶ୍ରୀ ରତ୍ନାକର ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ,  ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ରଙ୍କ ବ୍ୟତୀତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମେହେରୁ ମିଶା ବେଗମ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ନାରାୟଣ ବେହେରା , ଜେନେରାଲ ମ୍ୟାନଜେର,ଜିଲ୍ଲା ଶିଳ୍ପ କେନ୍ଦ୍ର, ଏ. ବି. ରାଓ ସୁବୁଦ୍ଧି, ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ, ସୁଶାନ୍ତ କୁମାର ସାହୁ, ଜିଲ୍ଲା  ଶିକ୍ଷା ଅଧିକାରୀ, ଚନ୍ଦ୍ର ଶେଖର ପାଣିଗ୍ରାହୀ, ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ, ଡ଼ଃ ପ୍ରଦୋଷ ପଣ୍ଡା ଏବଂ  ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାର ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ବିକାଶ ମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

     ରାଜ୍ୟ ସରକାରଙ୍କ ଅନୁମଦନ  କ୍ରମେ ଜିଲ୍ଲାରେ ୧୦୦ ଗୋଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ହେବାକୁ ଯାଉଥିବା ସମ୍ପର୍କରେ ଆଲୋଚନା କରି, ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ଏହି କାର୍ଯ୍ୟକୁ ତାରନ୍ନିତ କରିବା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।  ଆସନ୍ତା ୨୩ ତାରିଖ ଦିନ ଛତୁଆ ପ୍ରସ୍ତୁତ କେନ୍ଦ୍ର କୁ ପରିଦର୍ଶନ କରିବା ପାଇଁ ନୋଡାଲ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ୧୦ ଗୋଟି ସ୍କୁଲରେ ହେବାକୁ ଥିବା ସ୍ମାର୍ଟ ଶ୍ରେଣୀ ଗୃହ ର ଆନୁସଙ୍ଗିକ ସୁବ୍ୟବସ୍ଥା କରିବା ପାଇଁ ଦାଇତ୍ଵ ରେ ଥିବା ବିଭାଗୀୟ ଅଧିକାରୀଙ୍କ ସହିତ ସମ୍ପୃକ୍ତ ନୋଡାଲ ଅଧିକାରୀ ଜଗାଯୋଗ କରି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ ରତ ଥିବା କରୋନା  ଟୀକା ନେଇନଥିବା ସମୁଖଃ କରୋନା ଯୋଦ୍ଧାଙ୍କ ନାମ ତାଲିକା ଯଥା ଶୀଘ୍ର ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ଏଥି ସହିତ ନବରଙ୍ଗପୁର ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ର ସୌନ୍ଦର୍ଯ୍ୟ କରଣ ନିମନ୍ତେ ଆବଶ୍ୟକୀୟ ଚୁନ ମାରିବା ପାଇଁ ନିର୍ବାହୀ ଯନ୍ତ୍ରୀ, ଗୃହ ନିର୍ମାଣ ବିଭାଗ, ନବରଙ୍ଗପୁର କୁ ନିର୍ଦ୍ଦେଶ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here