ଚୋରି ଓ ୩ ଟି ଲୂଟ ଘଟଣାର ପର୍ଦ୍ଧାଫାଶ , ୫ ଗିରଫ :

ସୁନ୍ଦର ଗଡ ଜ଼ିଲ୍ଲା ରାଜଗାଙ୍ଗପୁର  ପୋଲିଶ ଚୋରି ଓ ଲୂଟ ମାମଲାରେ ପାଞ୍ଚ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l  କିଛି ଦିନ ପୂର୍ବରୁ ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ଗାଡି ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କ ଠାରୁ ମୋବଇଲ  ଓ ଟଙ୍କା ଲୂଟି ନେଉଥିବା ପୋଲିଶ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା l ଅଭିଯୋଗକୁ ଭିତ୍ତିକରି ପୋଲିଶ ଲିପଲୋଇରୁ  ଶୈଳେନ୍ଦ୍ର ନାଥ ରଥ, ବିକି ସୋନୀ, ଅମର ଟପ୍ପୋ, ମହମ୍ମଦ ଇଜ଼ାଜ଼,ପୂରଣ ରlୟ ଓରଫ ରାଜ଼ାକୁ  ଗିରଫ କରିଥିଲେ l  ସେମାନେ ଓସିଏଲ ମାର୍କେଟ, ଶାନ୍ତି ସେବା ସଦନ, ଯାମପାଲି ରାସ୍ତାରୁ ଲୂଟ ଓ ଚୋରି କରୁଥିଲେ ଅଭିଯୁକ୍ତ ମାନେ l  ସେମାନଙ୍କ ଠାରୁ ପୋଲିଶ ଗୋଟିଏ ସ୍କୁଟି, ୨ଟି ବେଗ,  ଭୁଜାଲି,  ଓଡି ୧୪ ଟି ୨୨୬୮ ନମ୍ବର  ପଲସର  ଗାଡି ଓ ୨ ଟି ମୋବଇଲ ସମେତ ତେରଶହ ଚାଳିଶ ଟଙ୍କା ଜବତ କରିବା ସହିତ ୫ ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ l

ସୁନ୍ଦରଗଡ଼ ରୁ ଆମ ଜିଲ୍ଲା ପ୍ରତିନିଧି ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here