ଦୁର୍ଘଟଣାରେ ୧ ଆହତ, ଉଦ୍ଧାର କଲେ ଏଆରଟିଓ

ଡାବୁଗାଁ, ୧୫/୨ ନବରଙ୍ଗପୁର ଜିଲା ଡାବୁଗାଁ ସଦରମହକୁମା ସ୍ଥିତ ବନାଞ୍ଚଳ କାର୍ଯ୍ୟ|ଳୟ (କେନ୍ଦୁପତ୍ର) ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଆହତ | ସୂଚନାଯୋଗ୍ୟ:-  ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇ ରାସ୍ତା କଡରେ ପଡି ରହିଥିଲା | ଏହି ସମୟରେ ନବରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବିଭୁ ରଞ୍ଜନ ନାୟକ ଡାବୁଗାଁ ଥାନାରେ କୌଣସି କାର୍ଯ୍ୟ ଶେଷ କରି ଫେରୁଥିବା ବେଳେ ରାସ୍ତା କଡରେ ଜଣେ ଯୁବକ ଆହତ ଅବସ୍ଥାରେ ପଡିଥିବା ଦେଖିଥିଲେ | ସେହି ସମୟରେ ଗାଡି ଅଟକାଇ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ସରକାରୀ ଗାଡିରେ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଉକ୍ତ ଯୁବକ ଜଣକ ହେଲେ ଝରିଗାଁ ବ୍ଲକ ପୁପୁଗାଁ ପଞ୍ଚାୟତ ଅଧୀନ ଚୁଇଁମାଟିଗୁଡା ଗ୍ରାମର ଖଗ ଗୌଡ (୩୫) ବୋଲି ଜଣାପଡିଛି |  ନବରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନାୟକ ଓ କର୍ମଚାରୀ ସୂର୍ଯ୍ୟନାରାୟଣ ବେହେରା, ଦିଲୀପ ନାୟକ ସହାୟତାର ହାତ ବଢାଇ ଆହତ ଙ୍କୁ ସାହାଯ୍ୟ କରିଥିବାରୁ ଜନସାଧାରଣରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଭୁୟସି ପ୍ରଶଂସା କରିଛନ୍ତି |

                                                            ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV                                                      

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here