ମାଲବାହୀ ରେଳରେ ଧକ୍କା ହୋଇ ଯୁବକ ଦୁଇଖଣ୍ଡ :

ପୁନଶ୍ଚ ଚାଲିଗଲା ଏକ ଅମୂଲ୍ୟ ଜୀବନ ରେଳ ଚକାତଳେ । ଦୁନିଆ ଦେଖିବା ପୂର୍ବରୁ ଚାଲି ଯାଇଥିଲେ ସ୍ବର୍ଗଧାମ । ଏଭଳି ଏକ ହୃଦୟ ବିଦାରକୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାଉରକେଲା ସ୍ଥିତ କୁମ୍ଭାରପଡା ବସ୍ତି ଅନ୍ତର୍ଗତ ରେଳ ଲାଇନରେ । ତେବେ ଉଦିତନଗର ସ୍ଥିତ କୁମ୍ଭାର ପଡା ତଥା ୮ ନଂ ଓ୍ବାର୍ଡ ବାସୀନ୍ଦା କୌଣସି କାମରେ ରେଳ ଲାଇନ ପାରି ହେଉଥିବା ବେଳେ ମାଲବାହୀ ରେଳରେ ଧକ୍କା ହେବା ଫଳରେ ଅଣ୍ଟାରୁ ତଳକୁ ଶରୀର ଦୁଇ ଭାଗ ହୋଇ କଟିଯିବା ସହ ମୃତ୍ୟୁ ହୋଇ ଯାଇଥିଲା ଯୁବକର । ଏଭଳି ବି ମୃତ୍ୟୁ ଆସେ । ଘରୁ କୌଣସି କାମରେ ବାହାରି ଥିବା ବେଳେ ଘରକୁ ଫେରେ ଶରୀର କଟା ଅବସ୍ଥାରେ । ଖବର ପାଇ ରାଉରକେଲା ରେଳବାଇ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏ ନେଇ ରାଉରକେଲା ରେଳବାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here