ନସିଡିପୁର ୬-ନଂ ୱାର୍ଡ଼ରେ ମଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ନସିଡିପୁର ୱାର୍ଡ଼ -ନଂ-୬ର ସରାକାରୀ ସ୍ପେସାଲ୍ ପ୍ରାଥମିକ ବିଦ୍ୟାଳୟ ପରିସର ଠାରୁ ଆରମ୍ଭ କରି ଅଭୟା ସଂସ୍କୃତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ୱାର୍ଡ଼ର ଗଳିକନ୍ଦି, ସାହିବସ୍ତି ଓ ରାସ୍ତାଘାଟର ପ୍ରାୟ ବିଭିନ୍ନ ସ୍ଥାନରେ ସାଥିରେ ପତ୍ରିକା ଫାଉଣ୍ଡେସନ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ଦାସ ଓ ସଂମ୍ପାଦକ ମାନସ କୁମାର ସାହୁ ଏବଂ ପୌରସଂସ୍ଥା ଦ୍ୱାରା ପରିଚାଳିତ ସ୍ୱୋଛସାଥିର ସୁପରଭାଇଜର ରୋଜାଲିନ୍ ଦାସଙ୍କ ନେତୃତ୍ୱରେ ରାସ୍ତା ଓ ନାଳ ନର୍ଦ୍ଦମା କଡରେ ବ୍ଲିଚିଂଗ୍ ପକାଇବା ସହିତ କରୋନା ମହାମାରୀକୁ ଆଖି ଆଗରେ ରଖି ଶରୀରର ତାପ ମାପିବା ସଂଗେ ସଂଗେ ମାସ୍କ ବଣ୍ଟନ ଓ ସାମାଜିକ ଦୂରତା ରକ୍ଷାକରି ସରକାରୀ କୋଭିଡ୍ ଗାଇଡ୍ ଲାଇନର ନୀୟମକୁ ପାଳନ ପୂର୍ବକ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ରାଜନେତା ଶ୍ରୀଯୁକ୍ତ ଦେବଦାସ ମହାନ୍ତି, ଶିକ୍ଷକ ଓ ପରିବେଶବିତ୍ ଶ୍ରୀଯୁକ୍ତ ପ୍ରାର୍ଥ ସାରଥୀ ବେହେରା ଓ ନାରୀନେତ୍ରୀ ଅନୀତା ମହାନ୍ତି, ସମାଜସେବୀ ନୀରଞନ ପରିଡା, ବରିଷ୍ଠ ସମାଜସେବୀ ଶ୍ରୀଧର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଲୋକମାନଙ୍କୁ ସ୍ୱଛଭାରତ ଓ ସୁସ୍ଥ ଜୀବନଯାପନର ବାର୍ତ୍ତା ବାଣ୍ଟିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକା ନମିତା ନାୟକ, ମଞୁଲତା ମାନସିଂ, ତବାସୁମ୍ ରହି, ରିଜୁଆନା ପରବିନ,ରୀନାରାଣୀ ଦାସ, ନମିତା ଜେନା, ପୌର କର୍ମଚାରୀ ସଂଜୀବ କୁମାର ମହାନ୍ତି, ରୀତୁପର୍ଣ୍ନା ଦାସ,  ଅଚ୍ୟୁତ ପ୍ରସାଦ ଜେନା, ମନୋରମା ଦାସ, ସଶ୍ମିତା ସିନାହାଁ, ମମତା ସେଠୀ, ପ୍ରଭା ପଣ୍ଡା, ସଶ୍ମିତା ବାରିକ, ପୂର୍ଣ୍ଣ୍ୟପ୍ରଭା ଦେବନାଥ, ମନୋରମା ପୃଷ୍ଟି ଓ ମୁନି ବିବି ଏବଂ ଜ୍ଞାନରଞ୍ଜନ ଦାସ, ସ୍ୱଦେଶ କୁମାର ଦାସ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ୧୦ ଘଟିକା ସମୟରେ ସମ୍ପୂର୍ଣ୍ଣ ହୋଇଥିଲା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here