ଗଞ୍ଜୁ ବସ୍ତି ପଡିଆରୁ ଯୁବକଙ୍କ ଶବ ଉଦ୍ଧାର , ହତ୍ୟା ସନ୍ଦେହ : ରାଉରକେଲା

ରାଉରକେଲା : ଜନୈକ ନିରୀହ ଯୁବକର ମୃତ ଶରୀର ଉଦ୍ଧାର କରିଛି ପୋଲିଶ । ସନ୍ଦେହ ହେଉଛି ହତ୍ୟାର । ତେବେ କାରଣ କ’ଣ ଓ କିଏ କାହିଁକି ହତ୍ୟା କଲା ଏହି ଯୁବକଙ୍କୁ ? ରାଉରକେଲା ସ୍ଥିତ ଏନଆଇଟି କଲୋନୀର ଘର ନଂ ଜୀ–୧୮ ରେ ଭାଇ ଭାଉଜଙ୍କ ସହ ରୁହନ୍ତି ଲିଟୁ ନାଏକ । ଭାଜପା ଦଳର ଜଣେ କର୍ମୀ ସହିତ ରୋଷେଇୟା ଭାବେ ଜଣାଶୁଣା ଥିଲେ ଅଞ୍ଚଳରେ । ତେବେ ଗତକାଲି ଘରେ ଲିଟୁ କହିଯାଇ ଥିଲେ ମୁଁ ଯାଉଛି ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ । କିନ୍ତୁ ରାତିରେ ଆଉ ଘରକୁ ଫେରି ନ ଥିଲେ । ସକାଳେ ପରିବାର ଲୋକେ ଖବର ପାଇଲେ ଲିଟୁର ଶବ ପଡିଛି ସେକ୍ଟର–୧ ଅଞ୍ଚଳରେ ଥିବା ଗଞ୍ଜୁ ବସ୍ତିର ପଡିଆରେ । ପରିବାର ଲୋକେ ଉକ୍ତ ସ୍ଥାନକୁ ଯାଇ ଦେଖିବା ପରେ ସେକ୍ଟର–୩ ଥାନାକୁ ଅବଗତ କରାଇଥିଲେ । ସୂଚନା ପାଇ ପୋଲିଶ ସାଇଣ୍ଟିଫିକ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ ଦଳର ପ୍ରାଥମିକ ତଦନ୍ତ ପରେ ପୋଲିଶ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଥାନାରେ ଏକ ମାମଲା ରୁଜୁ କରିଛି । ସାଙ୍ଗ ସାଥିଙ୍କ ସହ କୌଣସି କାରଣ ନେଇ ବଚସାରୁ ହତ୍ୟା ହୋଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ । ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ମତବ୍ୟକ୍ତ କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ତେବେ ଏହି ଘଟଣା ଏବେ ତଦନ୍ତ ସାପେକ୍ଷ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here