ଆଇ.ସି.ଟି.ବିଦ୍ୟାଳୟ ସଂଯୋଜକ ସଙ୍ଘ ଜଗତସିଂହପୁର ପକ୍ଷରୁ ବିଖୋଭ।

– ଜଗତସିଂହପୁର  ଜିଲା ଆଇ.ସି.ଟି.ବିଦ୍ୟାଳୟ ସଂଯୋଜକ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଖୋଭ ଓ ଧାରଣ ଦିଆଯାଇଥିଲା।ଏହି ବିଖୋଭ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ସଂଯୋଜକ ସଂଘର ରାଜ୍ୟସଭାପତି ଦୀପିକା ମଞ୍ଜରୀ ମିଶ୍ର ଯୋଗଦେଇ କହିଥିଲେ ଓଡିଶା ର ଲକ୍ଷ ଲକ୍ଷ ହାଇସ୍କୁଲ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଂଚିତ ହେବ ସହ ଚାରି ହଜାର ଶିକ୍ଷିତ ଯୁବକଯୁବତୀ ନିଯୁକ୍ତି ରୁ ବଂଚିତ ହୋଇଛନ୍ତି।ଦୀର୍ଘ ପାଞ୍ଚ ବର୍ଷ ଧରି ନିଷ୍ଠାପର ଭାବରେ ଅତି ସ୍ବଳ୍ପ ବେତନରେ ବିଦ୍ୟାଳୟ ଗୁଡିକରେ ସମସ୍ତ ପ୍ରକାର କାର୍ଯ୍ୟକରି ଆସିଥିବା ଚାରି ହଜାର ବିଦ୍ୟାଳୟ ସଂଯୋଜଜକ ଙ୍କୁ ନିଯୁକ୍ତି ରୁ ବଂଚିତ କରିବା ପରିତାପର ବିଷୟ।ତେଣୁ ସେମାନଙ୍କୁ ପୁନର୍ବାର ଅବିଳମ୍ବେ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିଥିଲେ।ଦାବି ଗୁଡିକ ମଧ୍ୟରେ ଆଇସିଟି ବିଦ୍ୟାଳୟ ସଂଯୋଜକ ମାନଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ,ସମସ୍ତ ବିଦ୍ୟାଳୟ ସଂଯୋଜକ ମାନଙ୍କୁ ଘରୋଇ ସଂସ୍ଥା ହାତକୁ ଟେକି ନଦେଇ ସରକାରୀ ସ୍ତରରେ ନିଯୁକ୍ତି ଦିଆଯାଉ,ଘରୋଇକରଣ ନ କରି ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ କରାଯାଉ,ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ପାଠ୍ୟ କ୍ରମରେ କମ୍ପ୍ୟୁଟର ବିଷୟ କୁ ବାଧ୍ୟତାମୂଳକ କରାଯାଉ,ସମସ୍ତ ଉଚ୍ଚ ବିଦ୍ୟାଳୟରେ ଆଇସିଟି ଯୋଜନାକୁ କାର୍ଯ୍ୟ କାରୀ କରାଯାଉ ବୋଲି ଦାବି କରିଥିଲେ।ଏହି ଅବସରରେ ଏକ ପାଞ୍ଚ ଦଫା ଦାବି ପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟସରେ ପ୍ରଦାନ କରିଥିଲେ। ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here