:- Road Accident, Format:AVO

:- ଜଗତସିଂହପୁର ସଦର ମହକୁମାର ଯୋଗଧାରୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସାଇକ୍ରୀଷ୍ଣା ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ୩୦ ବର୍ଷୀୟ ଯୁବକ ମୃତ। ମୃତକ ଜଣକ ହେଉଛନ୍ତି କାକଟପୁର, ନଗର ଅଞ୍ଚଳର ଦେବ ବରାଳ। ସୂଚନା ମୁତାବକ ଦେବ ବରାଳ ଆଜି ସକାଳ ସାଢେ଼ ୬ଟା ସମୟରେ ଚାଲି ଚାଲି ରାସ୍ତାର ଅପର ପାର୍ଶ୍ଵ କୁ ଯାଉଥିବା ସମୟରେ ସାଇକ୍ରୀଷ୍ଣା ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଦ୍ରୁତ ଗତିରେ ଆସି ଦେବ ବରାଳଙ୍କୁ ଧକ୍କା ଦେଇଚାଲି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତା ରେ ଦେବ ବରାଳଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ପରେ ଉତ୍ୟକ୍ତ ଲୋକମାନେ ଦୁର୍ଘଟଣା ସ୍ଥଳ ତଥା ଜଗତସିଂହପୁର-ମାଛଗାଁ ରାସ୍ତା କୁ ଅବରୋଧ କରିଥିଲେ। ପରବର୍ତ୍ତୀ ସମୟରେ ଜଗତସିଂହପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଇ ରାସ୍ତା ଅବରୋଧ ହଟାଇ ଥିବା ଜଣାପଡିଛି। ଅପର ପକ୍ଷରେ ଦୁର୍ଘଟଣା ଘଟାଇଥିବା ଯାତ୍ରୀବାହୀ ବସ ଟି ଜଗତସିଂହପୁର ଥାନାରେ ଅଟକ ରହିଥିବା ଜଣାପଡ଼ିଛି।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here