ଗାଧୋବାକୁ ଯାଇ ପୋଖରୀରେ ବୁଡି ଯୁବକ ର ମୃତ୍ୟୁ :

ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଥାନା ଅଧିନସ୍ଥ କାସବାହାଲ ଫାଣ୍ଡି ପୋଲିଶ ଦ୍ୱାରା ପୋଖରୀରୁ ଏକ ଶବ ଉଦ୍ଧାର କରାଗଲା l କଂଶବାହାଲର ଭଗତ ଟୋଲlରେ ରହୁଥିବା ରାମ କିଣ୍ଡୋ ସବୁ ଦିନ ପରି ବିଲକୁ କାମ କରି ତାଙ୍କ ଘର ସାମ୍ନା ରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ଥିଲେ ହେଲେ ସେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ l ଘରେ ତାଙ୍କ ସ୍ତ୍ରୀ ଖୋଜା ଖୋଜି କରି ନ ପାଇବାରୁ ସେହି ପୋଖରୀକୁ ଯାଇଥିଲେ l ପୋଖରୀରେ ସେ ନିଜ  ସ୍ୱାମୀ ରାମଙ୍କୁ ମରି ଭାସୁଥିବା ଦେଖିଥିଲେ ଓ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ l ଏହାର ସୂଚନା ପାଇ କଂଶବାହାଲ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ରାଜଗାଙ୍ଗପୁର ସରକାରୀ ଚିକିତ୍ସାଲୟକୁ ଶବ ବ୍ୟବଛେଦ ପାଇଁ ପଠେଇ ଥିଲେ l ପୋଲିଶ  ଆଖ ପାଖ ରହୁଥିବା  ଲୋକଙ୍କୁ  ଘଟଣା ବିଷୟ ରେ ପଚାର ଉଚରା କରିବା ସହ ଏହି ଘଟଣାର ସତ୍ୟତାର ତଦନ୍ତ କରୁଛନ୍ତି l ପୋଲିଶ  ବ୍ୟବଛେଦ ପରେ ଶବ କୁ ପରିବାରଙ୍କୁ ହସ୍ତାନ୍ତର କରିଥିଲେ  ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here