କେନ୍ଦ୍ରାପଡା ଖବର- (ତା-୧୩-୦୨-୨୦୨୧)—-ଆଜି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ବଡପଡା ମିଞାଉଣୀ ଗ୍ରାମର ବିଭିନ୍ନ ୱାର୍ଡ଼,ସାହି ,ସାହି ଓ ବସ୍ତି ବସ୍ତି ବୁଲି ବୁଲି ଆଶା କର୍ମୀ ସ୍ୱର୍ଣ୍ଣଲତା ନାୟକ ଏବଂ ଏ .ଏନ୍. ଏମ୍ ଦିଦି ଶଶିକଳା ଜେନାଙ୍କ ଦ୍ୱାରା ଗର୍ଭବତୀ ମହିଳା ମାନଙ୍କୁ ଆଇରନ ଓ କାଲସିୟମ୍ ବଟିକା ସହିତ ଭିଟାମିନ୍ ବଟିକା ଓ କୃର୍ମୀ ବଟିକା ମଧ୍ୟ ବଣ୍ଟନ କରାଯାଇଥିଲା । କରୋନା ମହାମାରୀର ପ୍ରକୋପ୍ କମିବା ପରେ ବର୍ତ୍ତମାନ ସମଗ୍ର ରାଜ୍ୟରେ ପୁଣି ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀମାନଙ୍କ ଜରିଆରେ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁ ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ନିରୀକ୍ଷା କରାଯିବା ପରେ ସେମାନଙ୍କୁ ଆବଶ୍ୟକ ପରିମାଣର ଔଷଧ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ବା ହେଲଥ ଆର୍ଗା ନାଇଜେସନ ଜରିଆରେ ପିଏସି, ନିୟୁ ସିଏସି ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନଙ୍କ ପକ୍ଷରୁ ପୂର୍ଣରାୟ ଔଷଧ ବିତରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ବିତରଣ କାର୍ଯ୍ୟମାନ ଆରମ୍ଭ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।
କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।