ଠକେଇ ଅଭିଯୋଗ ରେ ସାରଣା ଗ୍ରାମର ଯୁବକ କୋଟ ଚାଲାଣ,୨ଟି ନାମିଦାମୀ କାର ଜବତ।

– ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ତଣ୍ଡିକୁଳ ପଞ୍ଚାୟତର ସାରଣା ଗ୍ରାମର ଜଣେ ଯୁବକ, ଜଗତସିଂହପୁର ଥାନାରେ ଅଟକ ଥିବା ସୂଚନା ମିଳିଛି।ସୂଚନା ଅନୁସାରେ ଜଗତସିଂହପୁର ଥାନାରେ ଅଭିଯୋଗ କାରୀ ରାଜେନ୍ଦ୍ରମହାନ୍ତି  ଅଭିଯୋଗରେ ଦର୍ଶାଇଛନ୍ତି କଇ ବାଲିକୁଦା ବ୍ଳକ ତାଣ୍ଡିକୁଳ ପଂଚାୟତର ସାରଣା ଗ୍ରାମର ସମ୍ପଦ ସ୍ବାଇଁ ଏକ ଠକେଇ ସଂସ୍ଥା ଖୋଲି ରାଜେନ୍ଦ୍ର ଙ୍କ ସ୍କର୍ପିଓ ଓ ହାଇୱ ଗାଡ଼ି ଭଡ଼ା ସୂତ୍ରରେ ନେଇ ଥିଲେ।ଉକ୍ତ ଭଡା ବାବଦରେ 20ଲକ୍ଷରୁ ଉର୍ଦ୍ଧ ଟଙ୍କା ନଦେଇ ଦିନ ଗଡାଈ ଚାଲିଥିଲା।ତେବେ  ଜଗତସିଂହପୁର ପୋଲିସ ଅଭିଯୋଗ ପାଇ ଥାନା କେଶ ନମ୍ବର 35/21ଏକ ମାମଳରୁଜୁ କରି ସମ୍ପଦ ସ୍ବାଇଁକୁ ଅଟକ ରଖିବା ସହ ତା ଠାରୁ ଦୁଇଟି ନାମିଦାମୀ କାର ଜବତ କରିଛି।ବୋଲି ଜଗତସିଂହପୁର ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।ଏପରିକି ସମ୍ପଦ ସ୍ବାଇଁ ଜଗତସିଂହପୁର ଜିଲ୍ଲା ନୁହେଁ ସାରା ରାଜ୍ୟରେ ଠକେଇ ସଂସ୍ଥା ଖୋଲି ଅନେକ ସ୍ଥାନରେ ଠକେଇ କରିଥିବାର ସହରରେ ଚର୍ଚ୍ଚା ଜୋର ଧରିଛି। ତେବେ ଜଗତସିଂହପୁର ପୋଲିସ ଠକେଇ ର ଚେର କେତେଦୂର ଲମ୍ବିଛି ତାହାର ଟେର ପାଉଛନ୍ତି ନା ନାହିଁ ଦେଖିବାକୁ ବାକି ରହିଲା।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୂ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here