ମା ଡ଼ାବାଦେଇ ଟ୍ରାକ୍ଟର ମାଲିକ ସଙ୍ଘ ତରଫରୁ ୪ ଦଫା ଦାବିପତ୍ର ପ୍ରଦାନ ଡ଼ାବୁଗାଁ

୧୨/୨ ନବରଙ୍ଗପୁର ଜିଲା ଡାବୁଗାଁ ତହସିଲଦାର ,  ବିଡ଼ିଓ  ଙ୍କୁ ଅନେକ ସମସ୍ୟା ନେଇ ୪ ଦଫା  ଦାବିପତ୍ର ମା ଡ଼ାବାଦେଇ ଟ୍ରାକ୍ଟର ମାଲିକ ସଙ୍ଘ ତରଫରୁ ଗୁରୁବାର ପ୍ରଦାନ କରାଯାଇଛି  । ଏହି ଦାବିପତ୍ର ପ୍ରଦାନ ପାଇଁ ଟ୍ରାକ୍ଟର ସଙ୍ଘ ଡାବୁଗାଁ ବ୍ଲକ ସଦରମହାକୁମା ସ୍ଥିତ ମା ଡ଼ାବାଦେଇ ମନ୍ଦିର ପ୍ରାଙ୍ଗଣରୁ ଏକ ରାଲି ବାହାର କରି ନଗର ପରିକ୍ରମା କରି ପ୍ରଥମେ ଡାବୁଗାଁ ବିଡ଼ିଓ ରଞ୍ଜିତା ମେରୀ ନାୟକ ପରେ ଡାବୁଗାଁ ତାହସିଲ ବିଭାଗୀୟ ଅଧିକାରୀ ଙ୍କୁ ପ୍ରଦାନ  କରିଥିଲେ  । ଉକ୍ତ ଦାବିପତ୍ର ରେ ସର୍ବସାଧାରଣଙ୍କ ବ୍ୟବହୃତ ନିମନ୍ତେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ତଥା ତହସିଲ କାର୍ଯ୍ୟାଳୟ ବିନା ନିଲାମରେ ବାଲିଘାଟ ଦିଆଯାଉ , ବାଲି ଟିକସ ନିମନ୍ତେ ଡାବୁଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଟିକସ ବିଭାଗ ଖୋଲାଯାଇ ସରକାରଙ୍କ ନିର୍ଦ୍ଧାରିତ ଦରରେ ଟିକସ ଦିଆଯାଉ , ଗରିବ ହିତାଧିକାରୀଙ୍କ ପାଇଁ ମଞ୍ଜୁର ହୋଇଥିବା ପ୍ରଧାନ ମନ୍ତ୍ରୀ ଆବାଶ ଯୋଜନା ଏବଂ ବିଜୁ ପକ୍କା ଘର ନିମନ୍ତେ  ଆବଶ୍ୟକ ବାଲି ଓ ପଥର ମାଗଣାରେ ଦିଆଯାଉ , ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ରେ ବ୍ୟବହୃତ ହେଉଥିବା ବାଲି ପଥର ଇତ୍ୟାଦି ବାବଦକୁ ଟିକସ ସରକାରଙ୍କୁ ପୈଠ କରିବା ସତ୍ୱେ ବାରମ୍ବାର ଟ୍ରାକ୍ଟର ମାଲିକ ମାନଙ୍କ ଠାରୁ ଜୋରିମାନା ଆଦାୟ ବନ୍ଦ କରାଯାଉ ଏହିଭଳି ୪ ଦଫା ଦାବୀ   ଉଲ୍ଲେଖ ରହିଛି ।   । ଏହି ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ସଭାପତି ଶୁଭ୍ରଜିତ  ପାଣିଗ୍ରାହୀ , ସମ୍ପାଦକ ଜିତେନ୍ଦ୍ର କୁମାର ଅଞ୍ଜାଙ୍ଗି , ସଭ୍ୟ ସୁରେନ୍ଦ୍ର କୁମାର ମିଶ୍ର , ଆଶୁତୋଷ ଜେନା , ଦିବାନ ସିଂ , ଗୁପ୍ତ ବିଶୋଇ ଓ ଶତାଧିକ ଟ୍ରାକ୍ଟର ମାଲିକ   ଉପସ୍ଥିତ ଥିଲେ ।ଏହି ଅବସରରେ ଶତାଧିକ ଟ୍ରାକ୍ଟର ଧାଡି ବାନ୍ଧି ଆଗ ପଛ ହୋଇ ଶୃଙ୍ଖଳିତ ଭାବରେ ସହର ପରିକ୍ରମା କରି ବ୍ଲକ ଆଗରେ ଓ ତହସିଲ ଆଗରେ ରହି ସଙ୍ଘ ତରଫରୁ ଦାବିପତ୍ର ପ୍ରଦାନ କରିଥିଲେ।ବିଡ଼ିଓ ମାଡାମ ଏସବୁର ସମାଧାନ କରାଯିବା ନେଇ ତହସିଲଦାର ମାଡାମ ସନ୍ଧ୍ୟା ସମରଥ ଙ୍କ ସହ ଆଲୋଚନା କରିବେ ଓ ଏହାର ସମଧାନ କରାଇବାର ପ୍ରତିଶୃତି ଦେଇଥିଲେ ସଙ୍ଘର ସମସ୍ତ କର୍ମକର୍ତାମାନଙ୍କୁ।

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା, Odisha1. TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here