ଦିଲ୍ଲୀରେ ବଜରଙ୍ଗ ଦଳର ସଦସ୍ୟଙ୍କ ହତ୍ୟା ଘଟଣାରେ ଦୋଷୀଙ୍କୁ ଦଣ୍ଡ ପାଇଁ ରାଲି ଓ ବିକ୍ଷୋଭ :

ଦିଲ୍ଲୀ ଦରବାରରେ ହତ୍ୟାର ଶିକାର ହୋଇଛି ବଜରଙ୍ଗ ଦଳର ସଦସ୍ୟ । ଭିନ୍ନ ସଂପ୍ରଦାୟର ଜଣେ ସାଙ୍ଗ ସହିତ ତାର ପରିବାର ଲୋକଙ୍କୁ ଯଥା ସମ୍ଭବ ସହଯୋଗ କରିଥିଲେ । ଏପରିକି ସାଙ୍ଗର ପରିବାରକୁ ରକ୍ତ ମଧ୍ୟ ଦେଇଥିଲେ ଚିକିତ୍ସାଳୟରେ । ତେବେ ସାଙ୍ଗ ହିସାବରେ ଶ୍ରୀ ରାମ ମନ୍ଦିର ପାଇଁ ନିଧୀ ସମର୍ପଣ ସମୟରେ ଅନ୍ୟ ସଦସ୍ୟ ମାନଙ୍କ ସହ ସାଙ୍ଗ ଘରପାଖକୁ ଯାଇ ଶ୍ରୀ ରାମଙ୍କ ଧ୍ବନି ଦେଇ ନିଧି ସମର୍ପଣ କରୁଥିବା ବେଳେ ଭିନ୍ନ ସଂପ୍ରଦାୟର ସାଙ୍ଗ ଓ ତାର ଭାଇ ମିଶି ବଜରଙ୍ଗ ଦଳର ସଦସ୍ୟଙ୍କୁ ଭୂଜାଲି ମାରି ହତ୍ୟା କରିଥଲେ । ତେବେ ଏହି ଘଟଣାରେ ଦୋଷୀ ମାନଙ୍କୁ ଦଣ୍ଡିତ କରାଯାଇ ନ ଥିବା ବେଳେ ଏହାର ପ୍ରତିବାଦରେ ଆଜି ବଜରଙ୍ଗ ଦଳର ଶହସ୍ରାଧିକ ସଦସ୍ୟ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ଉଦିତନଗର ଅଞ୍ଚଳରୁ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଙ୍କର ଦାବୀ ଥିଲା ବଜରଙ୍ଗ ଦଳର ସଦସ୍ୟଙ୍କ ହତ୍ୟାକାରୀ ମାନଙ୍କୁ ଶୀଘ୍ର ଗିରଫ କରାଯାଇ ଫାଶୀ ଖୁଣ୍ଟରେ ଝୁଲାଯାଉ ନଚେତ ପଲ୍ଲୀରୁ ଦିଲ୍ଲୀ ଦରବାର ଯାଏଁ ବଡ ଧରଣର ମହା ଆନ୍ଦୋଳନ ମୁଣ୍ଡ ଟେକିବ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here