ପୂର୍ବ ଶତୃତାକୁ ନେଇ ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୁର୍ତ୍ତ , ପ୍ରଶାସନର ହାତ ଖାଲି : ସୁନ୍ଦରଗଡ଼

ଶତୃତା ଯେ କେତେ ଭୟଙ୍କର ତାହା ମର୍ମେ ମର୍ମେ ଅନୁଭବ କରି ପରାଭବ ଲଭୁଛନ୍ତି ପରିବାର ଲୋକେ । ଶତୃତା ମଧ୍ୟରେ ବେପାର ଶତୃତା ଆହୁରୀ ଭୟଙ୍କର ଅଟେ । ପୂର୍ବ ଶତୃତାକୁ କେନ୍ଦ୍ରକରି ଅତ୍ୟନ୍ତ ନିର୍ଦ୍ଦୟ ଓ ନିର୍ମମ ଭାବେ ହତ୍ୟା କଲେ ଜନୈକ ହୋଟେଲ ମାଲିକଙ୍କୁ ଦୁର୍ବୁର୍ତ୍ତ ମାନେ । ଏହାର ଘୋର ପ୍ରତିବାଦ କରିଛି ହୋଟେଲ ମାଲିକ ସଂଘ । ତେବେ ଏଭଳି ବଡ ଧରଣର ଅଘଟଣ ବାରମ୍ବାର ଘଟୁଥିବା ବେଳେ ପୋଲିଶ ପ୍ରଶାସନର ଅନ୍ୟାନ ବିଭାଗର କାର୍ଯ୍ୟ କଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ଏକ ଅଭାବନୀୟ ମର୍ମନ୍ତୁଦ ହୃଦୟ ବିଦାରକ ହତ୍ୟା ଘଟଣା ଘଟିଯାଇଛି ରାଉରକେଲା ସହରରେ । ହୋଟେଲ ବସେରାର ମାଲିକ ସଜ୍ଜନ ମିତ୍ତଲଙ୍କ ହତ୍ୟାକାଣ୍ଡର କାରଣ ଖୋଜୁଛି ପ୍ରଶାସନ ଖାଲି ହାତରେ । ଦୁର୍ବୁର୍ତ୍ତ ମାନେ ହତ୍ୟାକାଣ୍ଡ ଘଟାଇ ପୋଲିଶକୁ ଆହ୍ବାନ କରିଛନ୍ତି ଖୋଲା ଚ୍ୟାଲେଞ୍ଜ । ସହରରେ ଫେଲ ମାରୁଛି ଆଇନ ଶୃଙ୍ଖଳା , ଖୁଲମ ଖୁଲା ଭାବେ ଘଟୁଛି ହତ୍ୟାକାଣ୍ଡ । ହେଟେଲ ମାଲିକ ମିତ୍ତଲ ବିଳମ୍ବିତ ରାତିରେ ନିଜର କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଦୁର୍ବୁର୍ତ୍ତମାନେ ଡିଲ୍କ୍ସ ଗଳିରେ କରିଥିଲେ ଆକ୍ରମଣ । ଖବର ପାଇ ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ଆଇଜିଏଚ ନେଇ ଯାଇଥିଲେ ଚିକିତ୍ସା ପାଇଁ ହେଲେ ଦୁର୍ଭାଗ୍ୟ ସେଠାରେ ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁନଶ୍ଚ କିଛି ଦୁର୍ବୁର୍ତ୍ତଙ୍କ ଆକ୍ରମଣରେ ଇହଲୀଳା ସମ୍ବରଣ କଲେ ଜଣାଶୁଣା ହୋଟେଲ ମାଲିକ ସଜ୍ଜନ ମିତ୍ତଲ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ତାହା ଗୁଳି ମାଡର ନା ଧାରୁଆ ଅସ୍ତ୍ରର ଏବେ ତଦନ୍ତ ସାପେକ୍ଷ ? ପ୍ଲାଣ୍ଟସାଇଟ ପୋଲିଶ ସହ ରାଉରକେଲା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିି । ତେବେ ଏହି ହତ୍ୟାକାଣ୍ଡ ବ୍ୟବସାୟିକ ଶତୃତାରୁ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାରେ ଅଦ୍ୟାବଧି କାହାରିକୁ ଗିରଫ କରାଯାଇ ନାହିଁ । ହତ୍ୟା ଘଟଣାକୁ ନେଇ ଏବେ ସହରବାସୀ ଆତଙ୍କିତ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here