ସିମେଣ୍ଟ ପିଲରକୁ ମାରି ବାଇକ ଆରୋହୀ ଗୁରୁତର :

ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ଘଟିଛି ଏକ ବାଇକ ଦୁର୍ଘଟଣା l ରାଏବୋଗା ରୁ ଓଡି ୧୬ ଡି ୩୧୮୫ ନମ୍ବର ବାଇକରେ ବୀରମିତ୍ରପୁର ଆଡକୁ ଯାଉଥିବା ସମୟରେ ଗାଡିର ଗତି ଦ୍ରୁତ ଥିବାରୁ ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ସିମେଣ୍ଟ ପିଲରରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି l ବିନା ହେଲମେଟରେ ବାଇକ ଚଳାଉଥିବା ବେଳେ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥିଲେ ଜନୈକ ଯୁବକ । ଏହି ଘଟଣାରେ ଉକ୍ତ ଯୁବକଙ୍କ ମୁହଁ ଓ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବା ପରିଲକ୍ଷିତ ହୋଇଛି l ରାଏବୋଗା ପୋଲିଶ ଓ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉକ୍ତ ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ରାଉରକେଲା ସ୍ଥିତ ଆରଜିଏଚକୁ ପଠାଯାଇଥିବା ଜଣାପଡିଛି l ଘଟଣାସ୍ଥଳରୁ ପୋଲିଶ ବାଇକ୍ ଜବତ କରି ତଦନ୍ତ ଜାରି ରଖିଛି l ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଉକ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here