ଘରୋଇ କଳହକୁ କେନ୍ଦ୍ରକରି ପୁତୁରାର କାଠ ଫାଳିଆ ମାଡରେ କକାର ମୃତ୍ୟୁ, ପୁତୁରା ଥାନାରେ ଅଟକ :

ପାରିବାରିକ କଳହ ନେଲା ଆଉ ଏକ ବୃଦ୍ଧଙ୍କର ଅମୂଲ୍ୟ ଜୀବନ ।

ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ସାନଜଲ ଗ୍ରାମରେ ଘରୋଇ କଳହକୁ କେନ୍ଦ୍ରକରି ପୁତୁରାର କାଠ ଫାଳିଆ ମାଡରେ କକାର ମୃତ୍ୟୁ ହୋଇଥିବା ଜଣାପଡିଛି । ସାନଜଲ ଗ୍ରାମରେ ଏକ ଅଭାବନୀୟ ମର୍ମନ୍ତୁଦ ଘଟଣା ଘଟିଯାଇଛି । ଗମୀଆ ମୁଣ୍ଡା ଘରୋଇକଳୀକୁ ନେଇ ବାପା ଓ ମାଆଙ୍କୁ ଘରୁ ବାହାର କରି ଦେଇଥିବା ବେଳେ କକା ଗୋପୀନାଥ ମୁଣ୍ଡା ନିଜ ଘରେ ଆଶ୍ରୟ ଦେଇଥିଲେ  ଏହାହିଁ ହେଉଛି ରାଗର ମୂଳ କାରଣ  ‌ । କକା ଗୋପୀନାଥ ମୁଣ୍ଡାରୀ (୬୨) ଓ ପୁତୁରା ଗମିଆ ମୁଣ୍ଡାରୀ (୨୭)  ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ପୁତୁରା ଗମିଆ ମୁଣ୍ଡାରୀ ରାଗି ଯାଇ ଏକ କାଠ ଫାଳିଆ ଯୋଗେ କକାର ମୁଣ୍ଡରେ ବାରମ୍ବାର ଆଘାତ କରିବାରୁ ଗୋପୀନାଥ ମୁଣ୍ଡାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।ପରେ ପରିବାର ଲୋକେ ମହୁଲପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହୁଲପଦା ଥାନା ଅଧିକାରୀ ରାଜେଶ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଶବକୁ ଜବତ କରିବା ସହିତ ଗମିଆ ମୁଣ୍ଡାରୀକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ମତବ୍ୟକ୍ତ କରିଛନ୍ତି । ତେବେ ହତ୍ୟା କାଣ୍ଡର ପ୍ରକୃତ ରହସ୍ୟ ତଦନ୍ତ ସାପେକ୍ଷ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here