ଦେଢ ବର୍ଷର ଶିଶୁ କନ୍ୟାଙ୍କୁ କଚାଡି ମାରିଲା ହାତୀ, ମାଆ ଗୁରୁତର : ସୁନ୍ଦରଗଡ଼

ସୁନ୍ଦରଗଡ଼ : ମୃତ୍ୟୁ ଏମିତିବି ଆସେ । ଚାଲିଗଲା ଏକ ଦେଢ ବର୍ଷର ଶିଶୁ କନ୍ୟାଙ୍କ ଅମୂଲ୍ୟ ଜୀବନ ଜଙ୍ଗଲୀ ହାତୀ ହାବୁଡରେ । ଏଭଳି ଏକ ହୃଦୟ ବିଦାରକ ମର୍ମନ୍ତୁଦ ଅଭାବନୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଜିଲ୍ଲା ହାତୀବାରୀ ଥାନା ଅନ୍ତର୍ଗତ ପାହାଡଟୋଲି ବସ୍ତିରେ l ଉକ୍ତ ବସ୍ତି କୁ ବାହାଘର ଭୋଜି ଖାଇବାକୁ ଯାଇଥିବା ମାଆ ଓ ଦେଢ ବର୍ଷର ଶିଶୁ କନ୍ୟା ଜଙ୍ଗଲୀ ହାତୀ ହାବୁଡରେ ପଡିବାରୁ ମାଆ କୋଳରୁ ଶୁଣ୍ଢରେ ଟେକି ନେଇ ମାଆ ସମ୍ମୁଖ ରେ କଚାଡି ମାରିଦେଇ ଥିଲା ଶିଶୁ କନ୍ୟାକୁ l ପରେ ମାଆଙ୍କୁ ଗୋଡ ଓ ଅଣ୍ଟାରେ ଆଘାତ କରିଥିଲା I ଖବର ପାଇ ଗ୍ରାମବାସୀ ଦୌଡ଼ି ଆସି ଶିଶୁ କନ୍ୟା ଓ ମାଆଙ୍କୁ ହାତୀବାରୀ ସରକାରୀ ଚିକିତ୍ସାଳୟକୁ ନେଇଯାଇ ଥିଲେ I ସେଠାରେ ଡ଼ାକ୍ତର ଶିଶୁ କନ୍ୟାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିବା ବେଳେ ମାଆଙ୍କୁ ପ୍ରାଥମିକ ଚିକିତ୍ସା କରି ଅଧିକ ଚିକତ୍ସା ପାଇଁ ଆର୍ ଜି ଏଚକୁ ସ୍ଥାନାନ୍ତରିତ କରିଥିବା ଜଣା ପଡିଛି l ମୃତା ଶିଶୁ କନ୍ୟା ଓ ମାଆ କୁଲାଗଜ ଅଂଚଳର ବାସିନ୍ଦା ବୋଲି ଜଣାପଡିଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here