ନିଃଶୁକ୍ଳ ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ ସେବା ଆରମ୍ଭ : ସୁନ୍ଦରଗଡ଼

ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସୁବିଧା ପାଇଁ ସେକ୍ଟର ୨୦ସ୍ଥିତ ରାଇଜିଂ କ୍ଲବ ତରଫରୁ ନିଃଶୁଳ୍କ ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ ସେବା ଆରମ୍ଭ କରାଯାଇଅଛି।  ସୁନ୍ଦରଗଡ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ପ୍ରଦତ୍ତ ଗୋଟିଏ ଆମ୍ବୁଲାନ୍ସ ଗାଡି ଓ ଗୋଟିଏ ମହାପ୍ରୟାଣ ଗାଡିକୁ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହା ଦ୍ୱାରା ଗର୍ଭବତୀ, ପ୍ରସୂତୀ,ବୃଦ୍ଧ ବୃଦ୍ଧା,ଭିନ୍ନକ୍ଷମ ଏବଂ ଅନ୍ୟ ଜରୁରୀକାଳୀନ ରୋଗୀଙ୍କ ପାଇଁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ଯିବାପାଇଁ ବିଶେଷ ସୁବିଧା ପାଇପାରିବେ । ରାଇଜିଂ କ୍ଲବ ର ବରିଷ୍ଠ କର୍ମକର୍ତ୍ତା ଶିଶିର ସାହୁଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା ସୁଧୀର ସୁନ୍ଦର ରାୟ, ରଘୁନାଥପାଲିର ବିଜେଡି ସଭାପତି ଆର୍ତ୍ତ ମହାରଣା, ସମାଜସେବୀ ସୁମନ ଦତ୍ତ, ପ୍ରହ୍ଲାଦ ନାୟକଙ୍କ ସମେତ କ୍ଲବର ବହୁ ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶ୍ରୀ ଦତ୍ତ ନିଜ ବକ୍ତବ୍ଯ ରେ କହିଥିଲେ ଯେ ଏହା ଦ୍ବାରା ଜନସାଧାରଣଙ୍କୁ ଜରୁରୀ ସେବା ଶିଘ୍ର ମିଳିପାରିବ । ଜନସାଧାରଣ ଏହି ସୁବିଧା ନେବାପାଇଁ ମୋବାଇଲ ଫୋନ ୭୦୭୭୩୧୧୨୩୪ ଓ ୭୦୭୭୩୧୦୬୭୦ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି କ୍ଲବ ତରଫରୁ କୁହାଯାଇଛି । ଶେଷରେ କାର୍ଯ୍ୟକ୍ରମର ସଂଯୋଜକ ବିଶ୍ବଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here