ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଲେ ମହାକାଳପଡାର ଲୋକପ୍ରିୟ ବିଧାୟକ । କେନ୍ଦ୍ରାପଡା

କେନ୍ଦ୍ରାପଡା : ଗତକାଲି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକର ବିଭିନ୍ନ ଅଞ୍ଚଳକୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଗ୍ରସ୍ଥ କରିବା ସହିତ ହିନ୍ଦୁଳିଆ ଗ୍ରାମ ପଞ୍ଚାୟତକୁ ମଧ୍ୟ ସ୍ଥାନୀୟ ବିଧାୟକ ଗ୍ରସ୍ଥରେ ଯାଇଥିଲେ ଏବଂ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ଉକ୍ତ ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ମଧ୍ୟ କରିଥିଲେ ମହାକାଳପଡାର ମନ୍ୟବର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ । ଗାଁ ଗାଁ ,ସାହି ସାହି, ବସ୍ତି ବସ୍ତି ବୁଲି ଦେଖିବା ସହିତ ଲୋକମାନଙ୍କର ଶୁଖ,ଦୁଃଖରେ ଭାଗିହେବା ସହିତ ସବୁକଥା ପଚାରି ବୁଝିଥିଲେ । ବିଧାୟକଙ୍କ ଗ୍ରସ୍ଥବେଳେ ହିନ୍ଦୁଳିଆ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଶତାଧିକ ସଂଖ୍ୟାର ଦଳୟ କର୍ମୀମାନେ ଉପସ୍ଥିତ ରହି ମାନ୍ୟବର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ନାୟକଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ସହିତ ଫୁଲ ମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏବଂ ଶଂଖ ଫୁଙ୍କି , ହୁଳହୁଳି ଦେଇ ବହୁ ଉତ୍ସୁକତା ଓ ଆନନ୍ଦର ସହିତ ସଭାସ୍ଥଳି ଆଡକୁ ମାନ୍ୟବର ବିଧାୟକଙ୍କୁ ପାଛୋଟି ନେଇଥିଲେ । ସଭାସ୍ଥଳୀର ମଞ୍ଚ ସମ୍ମୁଖରେ ବସିଥିବା ଦଳୀୟ କର୍ମୀଙ୍କ ସହିତ ସାଧାରଣ ଜନାତା ବିଧାୟକଙ୍କର ଏପରି ଜନହିତକାରି କାର୍ଯ୍ୟାବଳି ପାଇଁ ବହୁ ପ୍ରସଂଶା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ନା ସିଧା ସଳଖ ଯିବା ଏବଂ ଏହି ଘଟଣାବଳୀ ଉପରେ ଟିକେ ନଜର ପକାଇ ନେବା ସହିତ ଦେଖିନେବା ସେସବୁ ଦୃଶ୍ୟାବଳି ଗୁଡିକ କେମିତି ଓ କିପରି ଥିଲା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here