ନଦୀରେ ବୁଡ଼ିଯାଇ ୩ ନାବାଳକ ଇହଲୀଳା ସମ୍ବରଣ କଲେ : ରାଉରକେଲା

ରାଉରକେଲା ସ୍ଥିତ କୋଏଲ ନଦୀରେ ଘଟିଛି ଏକ ବଡ ଧରଣର ଅଘଟଣ  । ଆଜି କୋଏଲ ନଦୀରେ ବୁଡି  ତିନିଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ଭାଟା ବସ୍ତି ନିକଟସ୍ଥ କୋଏଲ ନଦୀରୁ ୩ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୁହିଁଙ୍କ ମୃତ ଶରୀର କୋଏଲନଦୀ ଭାଟା ବସ୍ତି ନିକଟରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିଶ ଓ ଅଗ୍ନିଶମ ବିଭାଗକୁ ସୂଚିତ କରିଥିଲେ l

ଝିରପାଣି ପୋଲିଶ ଓ ଅଗ୍ନିଶମ ଦଳ ଏବଂ ସ୍ଥାନୀୟ ଲୋକ ନାବାଳକ ଦ୍ବୟଙ୍କ ଶବକୁ ନଦୀରୁ ଉଦ୍ଧାର କରିଛନ୍ତି । ଭାଟା ବସ୍ତି ଘାଟ ନିକଟ କୋଏଲ ନଦୀ କୂଳରେ ଉଭୟ ନାବାଳକଙ୍କ ଚପଲ ପଡି ରହିଛି । ତେବେ ମୃତ ଦୁଇ ନାବାଳକ ସ୍ଥାନୀୟ ବସ୍ତିର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ପାଣି ଭିତରେ ବୁଡ଼ି ରହିଥିବା ଅନ୍ୟ ଜଣେ ନାବାଳକଙ୍କୁ ବହୁ ପରିଶ୍ରମ ପରେ ଅଗ୍ନିଶମ ବିଭାଗର ସହକର୍ମୀ ଗଣ ଉଦ୍ଧାର କରିଥିଲେ । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ନାବାଳକ ମାନଙ୍କର ମିଳି ପାରି ନ ଥିଲା । ପୋଲିଶ ଶବ ଜବତ କରିଛି , ତେବେ ସଠିକ ପରିଚୟ ପାଇବା ପରେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ଜଣାପଡିଛି । ଏହା ସହିତ ଘଟଣାର ତଦନ୍ତ ଜାରି ରଖିଛି ଝିରପାଣି ପୋଲିଶ। ଶୌଚ କିମ୍ବା ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here