ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ପଦାରେ ପଡିଲା : ସୁନ୍ଦରଗଡ଼

ରାଜଗାଙ୍ଗପୁର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ରାଜଗାଙ୍ଗପୁରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଉଦ୍ଘାଟନ ଏବଂ ବ୍ଳକ କାର୍ଯ୍ୟ କୁ ତଦାରଖ କରିବା କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଜୁ ଜନତା ଦଳ ଗୋଷ୍ଠୀ କନ୍ଦଳ ଯୋଗୁଁ ସମ୍ଭବ ହୋଇ ପାରି ନଥିଲା ।ଏହି ପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ଦଳ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।କୁଆରମୁଣ୍ଡା ବ୍ଳକ ପରିଦର୍ଶନ ପରେ ମନ୍ତ୍ରୀ ରାଜଗାଙ୍ଗପୁରକୁ ଆସିଥିଲେ ରାଣିବନ୍ଧ ସ୍ଥିତ ପ୍ରବେଶ ଦ୍ୱାରରେ ବିଜୁ ଜନତା ଦଳର ପୁରୁଣା ନେତା ଓ ବର୍ତ୍ତମାନ ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ମଙ୍ଗଳା କିଷାନଙ୍କ ନେତୃତ୍ୱରେ ପୂର୍ବତନ ବିଜେଡିର ନଗର ସଭାପତି ଅମରେଶ ପଣ୍ଡା ନିଜ ସମର୍ଥକ ମାନଙ୍କ ସହ ସ୍ୱାଗତ କରିବା ସହ ଏକ ବାଇକ ରାଲି କରି ରାଜଗାଙ୍ଗପୁର ସହରକୁ ପ୍ରବେଶ କରିଥିଲେ । ବିଜୁ ପଟ୍ଟନାୟକ ଛକ ରେ ପୂର୍ବରୁ ସ୍ୱାଗତ ପାଁଇ ଜଗିଥିବା ବର୍ତମାନ ବିଜେଡି ନଗର ସଭାପତି ରାଜେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମର୍ଥକ ମାନଙ୍କ ସାଙ୍ଗରେ ମଙ୍ଗଳା ବାବୁଙ୍କ ସମର୍ଥକ ଙ୍କ ସହ ମୁହାଁମୁହିଁ ହୋଇଥିଲେ। ମନ୍ତ୍ରୀ ଏବଂ ତାଙ୍କ ସାଙ୍ଗରେ ଥିବା ବିଜୁ ଜନତା ଦଳର ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡେଇ ଓ ରାଉରକେଲା ବିଧ୍ୟାୟକ ସାରଦା ପ୍ରସାଦ ନାୟକ, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ପରେ ମନ୍ତ୍ରୀ ରାଜଗାଙ୍ଗପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାକୁ ଯାଇଥିଲେ । ସେଠାରେ ଦୁଇ ସମର୍ଥକଙ୍କ ସହ ଠେଲା ପେଲା ଓ ବାକ୍ୟ ଯୁଦ୍ଧ ହୋଇଥିଲା , ତେବେ କିଛି ସମୟ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିଶର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। କିଛି ସମୟ ପରେ ମନ୍ତ୍ରୀ ସହ ସମସ୍ତ ଅତିଥି ରାଜଗାଙ୍ଗପୁର ବ୍ଳକ କାର୍ଯ୍ୟାଳୟ ତଦାରଖ କରିବା ପରେ କୁନମୁରୁ ପଞ୍ଚାୟତରେ ଆୟୋଜିତ ମିଶନ ଶକ୍ତିକୁ ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗ ନ ଦେଇ କୁତ୍ରା ବ୍ଳକ ଓ ବଡଗାଁ ରେ ଥିବା କାର୍ଯ୍ୟକ୍ରମ ଟିକୁ ଫୋନ ଯୋଗେ ଅଫିସର ମାନଙ୍କୁ ବାଟକୁ ଡକାଇ ଦେଖା କରିଥିଲେ ଏବଂ ମନ୍ତ୍ରୀ ସିଧା ସୁନ୍ଦରଗଡ଼ ଅଭିମୁଖେ ଯାଇଥିଲେ।ଫଳରେ କୁନମୁରୁ ପଞ୍ଚାୟତରେ ସକାଳୁ ଅପେକ୍ଷା କରିଥିବା ବ୍ଳକ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀ ମାନେ ନିରାଶ ହୋଇଥିଲେ ଏବଂ ରାଜଗାଙ୍ଗପୁର ବ୍ଳକ ଦ୍ଵାରା ମିଶନ ଶକ୍ତି ପାଇଁ ଉଦ୍ଧିଷ୍ଟ ଘରକୁ କୁନମୁରୁ ପଂଚାୟତ ସମିତି ସଭ୍ୟ ବସନ୍ତ ଟପ୍ପୋ ଉଦ୍ଘାଟନ କରିଥିଲେ।ଏହି ଘଟଣାରୁ ସହରରେ ବିଜୁ ଜନତା ଦଳ ଭିତରେ ପୁରୁଣା ଗୋଷ୍ଠି କନ୍ଦଳ ଥିବା ପୁଣି ଥରେ ସ୍ପଷ୍ଟ ବାରି ହେଉଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here