ରାସ୍ତା ପାଲଟିଛି ମରଣଯନ୍ତା , ଅଭିଯୋଗ ଟିପର ମାଲିକ ସଂଘ : ସୁନ୍ଦରଗଡ଼

ସରକାରୀ ସୂତ୍ରରେ ନୀୟମ ଉପରେ ନୀୟମ ଯାରି ହେଉଛି । ବୋଝ ଉପରେ ନଳିତା ବିଡା ସଦୃଶ । ଗାଡି ଟେକ୍ସ , ରୋଡ ଟେକ୍ସ ଦେବା ପରେ ଏବେ ପୁଣି ଗ୍ରୀନ ଟେକ୍ସ ସାଙ୍ଗକୁ ସ୍ପେସାଲ ଟେକ୍ସର ମାନେ ମତଲବ କିଛି ବୁଝା ପଡୁନି । ଯାନ ବାହାନ ଚଳାଚଳ ସକାସେ କୋଇଡା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ରାସ୍ତା ପାଲଟିଛି ମରଣଯନ୍ତା । ଗାଡି ଚଳାଇବା ସମୟରେ ଟିକେ ଭାରସାମ୍ୟ ହରାଇଲେ ଅମୂଲ୍ୟ ଜୀବନଟି ସେହିଠାରେ ହିଁ ଟଳିପଡେ । ଏଭଳି ଅଭାବନୀୟ ଘଟଣା ଘଟୁଛି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକ ଅଞ୍ଚଳରେ । ତେବେ ବିଭାଗୀୟ ଅଧିକାରୀ ଗଣ ଜାଣିଶୁଣି ଚେଇଁ ଶୋଇଛନ୍ତି । ନେତା ମନ୍ତ୍ରୀ ଆସି କେବଳ ଶୁଖା ଭାଷଣ ମାରି ଥାନ୍ତି ସବୁ ଓପାଡି ପଜେଇବୁ ବୋଲି । ହେଲେ ଉକ୍ତ ସ୍ଥାନ ଛାଡି ଚାଲିଗଲା ପରେ ଦାସେ ଆଇଲେ ମୂଳରୁ ଗା । ତାରି ଭିତରେ ଚାଲିଆସେ ଆଉଗୋଟେ ନିର୍ବାଚନ । ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳ ଏଠାକାର ରାସ୍ତା ଯାମ ଯୁଗ ଯୁଗ ଧରି ଚର୍ଚ୍ଚାର ବିଷୟ ହୋଇ ରହିଛି । ଏବ ବି ଚାଲିଛି ଏଠାରେ ରାସ୍ତାଜାମ , ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ମହାମାରୀ ପାଇଁ ଠପ ହୋଇଥିବା ଶିକ୍ଷା ବ୍ୟବସ୍ଥା କିଛିଦିନ ହେବ ଆରମ୍ଭ ହୋଇଥିବା ବେଳେ କୋଇଡାରେ ରାସ୍ତା ଜାମ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଏକ ପ୍ରକାର ଡୋରୀ ବାନ୍ଧାହେବାକୁ ବସିଲାଣି । ପୂର୍ବରୁ ଆମ୍ବୁଲାନ୍ସ ଜାମରେ ଫସିରହିବା ଯୋଗୁଁ ରୋଗୀ ମୃତ୍ୟୁ ବରଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ଜାମ ନ ହେବା ସକାସେ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁନାହିଁ କାହିଁକି ? ଏହାର ଉତ୍ତର ଦେବ କିଏ ? ଏପରିକି ବିଭିନ୍ନ ସ୍ଥାନରୁ କୋଇଡା ଟେନସା ଆସୁଥିବା ଯାତ୍ରୀବାହୀ ଘରୋଇ ବସ ଘଣ୍ଟା ଘଣ୍ଟା ଯାମରେ ଫସି ରହୁଥିବାରୁ ଯାତ୍ରୀ ମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖିନ ହୋଇ ପଡି ରହୁଛନ୍ତି ଜାମରେ । ସ୍ଥାନୀୟ ଟିପର ମାଲିକ ସଂଘ ଲକଡାଉନ ପରେ ସାମାନ୍ୟ ମୁଣ୍ଡ ଟେକି ରାଜ ରାସ୍ତାକୁ ଓହ୍ଲାଇବା ସମୟରେ ଏଭଳି ଜାମରେ ଦିନ ଦିନ ଧରି ଫସି ରହିଲେ ଟିପର ମାଲିକ ଓ ତାଙ୍କ ପରିବାରର ଭରଣପୋଷଣ କଥା କ’ଣ ସରକାର ବୁଝିବେ କି ? ଅନ୍ୟପଟେ ରାସ୍ତା ପାର୍ଶ୍ଵରେ ରହିଥିବା ପ୍ରଭାବଶାଳୀ ଲୋକଙ୍କ ମାଇନ୍ସ ଏବଂ ପେଟ୍ରୋଲ ପମ୍ପ ଯୋଗୁଁ ବାରମ୍ବାର ରାସ୍ତାଜାମ ହେଉଥିବା କଥା ନେତା ଠାରୁ ପ୍ରଶାସନ ଅବଗତ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ବିହିତ ପଦକ୍ଷେପ ନିଆଯାଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଯାହା ଫଳରେ ଯାତ୍ରୀବାହୀ ବସ, ଯାତ୍ରୀ, ଛାତ୍ର ଛାତ୍ରୀ ସାଙ୍ଗକୁ ରୋଗୀ ଅବସ୍ଥା ଶୋଚନୀୟ ହୋଇପଡୁଛି ।ପ୍ରତିକାର ପାଇଁ ଅଞ୍ଚଳ ବାସୀ ବାରମ୍ବାର ଦବୀ କରି ଆସୁଥିବା ବେଳେ ସେଇ ଗୋଟିଏ କଥା ଖୁବ ଶୀଘ୍ର ବ୍ୟବସ୍ଥା କରାଯିବ । ଗୁହାରୀ କରିଥିଲେ ହେଁ ସରକାରଙ୍କ ଫୋକସ୍ ରେ ଖାଲି ରାଜଧାନୀ ରାସ୍ତା ଯାମର ଆମ୍ବୁଲାନ୍ସ ଉପରେ । ସରକାରଙ୍କ ମତରେ ଏଠାକାର ଆମ୍ବୁଲାନ୍ସ ତ ହେଲିପେଡ ଓ ଆଦିବାସୀ ଅଧ୍ୟୁଷିତ କୋଇଡାବାସୀଙ୍କ ଜୀବନ ପୋକମାଛି ହୋଇପଡିଛି । ତେବେ ଘଟଣା ବିଷୟରେ ସ୍ଥାନୀୟ ପ୍ରଶାସନ ସଂପୂର୍ଣ୍ଣ ଅବଗତ ଥିଲେ ସୁଦ୍ଧା ମାଇନ୍ସ ଗୁଡିକରୁ ମିଳୁଥିବା ମାସିକ ରାଧେ ରାଧେ କାଳେ ଖାତାରୁ କଟିଯିବ ସେ ନେଇ ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ଆଳରେ ସ୍ଥାନୀୟ ପ୍ରଶାସନ ସାଜିଛି ଅନ୍ଧ , ମୂକ ଓ ବଧିର । ଧିକ ଧିକରେ ତମ ସରକାରୀ କଳକୁ ?

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here