କେନ୍ଦ୍ର ସଂସ୍କୃତିମନ୍ତ୍ରୀ ଆମ ସମସ୍ୟା ଶୁଣି ବାଇ ଲ ନୋଟିସ ପ୍ରତ୍ୟାହାର କରିଥିବାରୁ ଧନ୍ୟବାଦ: ସମ୍ବିତ ପାତ୍ର

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରର ୨୦୦ ମିଟର ପର‌୍ୟ୍ୟନ୍ତ ନିଷେଧାଦେଶ ଆଦେଶକୁ ନେଇ ବିଜେପି ପ୍ରତିନିଧ ଦଳ ସଂସ୍କୃତିମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ବେଳେ ଆମ ଚଳନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ସବୁ କଥା ଶୁଣିଥିଲେ । ସମସ୍ୟା ବୁଝିବା ପରେ ତୁରନ୍ତ ଏହି ନିିଷେଧାଦେଶ ପ୍ରତ୍ୟାହାର ପାଇଁ ସେ ଆଦେଶ ଦେଇଥିଲେ । ସଂସ୍କୃତି ମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଓଡ଼ିଶାବାସୀ ଏବଂ ବିଜେପି ପ୍ରତିନିଧିଙ୍କ ସହ ସେବାୟତଙ୍କ ତରଫରୁ ଧନ୍ୟବାଦ ଦିଆଯାଇଥିଲା ବୋଲି କହିଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ତଥା ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ।
ନିଷେଧାଦେଶ ଆଦେଶକୁ ନେଇ ପ୍ରଥମରୁ ଆମେ ଏବଂ ଆମ ଦଳର ସମସ୍ତ ବରିଷ୍ଠ ନେତାମାନେ କହିଥିଲେ କି ଏହି ଆଇନ ଭୁଲ ବୁଝାମଣାରେ ହୋଇଛି ଏବଂ ଏହା ପ୍ରତ୍ୟାହାର ହୋଇଯିବ । ତେବେ ଏହାକୁ ନେଇ ରାଜ୍ୟ ନେତାମାନେ ଯେପରି କୁମ୍ଭୀର କାନ୍ଦଣା କଲେ ତାହାକୁ ସମାଲାେଚନା କରିଥିଲେ ସମ୍ବିତ । ସେ କହିଥିଲେ କି ପୁରୀ ସହର ଏବଂ ବିଶେଷ କରି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନନ୍ୟ ଭକ୍ତି ରହିଛି । ନବକଳେବର ହେଉକି ମନ୍ଦିର ସୁରକ୍ଷା ଏବଂ ସହରର ବିକାଶ ପାଇଁ ହେଉ, ପ୍ରଧାନମନ୍ତ୍ରୀ ସର୍ବଦା ସହଯୋଗର ହାତ ବଢ଼ାଇଛନ୍ତି । ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ଜଣେ ଜଗନ୍ନାଥଙ୍କ ଅନୁଗାମୀ ଅଟନ୍ତି ଏବଂ ସେ ପ୍ରଧାନମନ୍ତ୍ରୀ ଥିବା ପର‌୍ୟ୍ୟନ୍ତ କେହି ଓଡିଶାର “ଜଗନ୍ନାଥ ସଂସ୍କୃତି” ଉପରେ ଆକ୍ରମଣ କରିପାରିବେ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆମକୁ  ନିଶ୍ଚିତ କରିଥିଲେ ବୋଲି କହିଛନ୍ତି ସମ୍ବିତ ପାତ୍ର ।  ଏହା ସହ ଶ୍ରୀ ପାତ୍ର ପୁଣି କହିଛନ୍ତି ଯେ  ଶ୍ରୀକ୍ଷେତ୍ରର ବିକାଶ ପାଇଁ ବିଜେପି ମଧ୍ୟ କାର‌୍ୟ୍ୟ କରୁଛି । ରାଜ୍ୟ ସରକାର ନଈ ନଦେଖି ଯେପରି ବିଜେପିକୁ ସମାଲୋଚନା କରିବା ସହ ବିଭ୍ରାନ୍ତି ସୃଷ୍ଟି କଲେ ତାହା ଉଚିତ ନୁହେଁ  । ଏହି ବାଇ ଲ ହଟାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ  ପୁରୀ ବିଧାୟକ  ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ  ଲଲିଟେନ୍ଦୁ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର,ଏବଂ ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତଙ୍କ ସହ ଆମେ ସଂସ୍କୃତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଭେଟିବା ପରେ ରାଜ୍ୟ ସରକାର ମନ୍ଦିର ସମ୍ଭନ୍ଧରେ ଲୋକଙ୍କୁ ବିଭ୍ରାନ୍ତି କରୁଥିବା କହିଥିଲୁ ।ପୁରୀ ଜଗନ୍ନାଥ ମନ୍ଦିରର ୨୦୦ ମିଟର ପର‌୍ୟ୍ୟନ୍ତ \”ନିଷେଧାଦେଶ ଆଦେଶ\” ନେଇ ସୃଷ୍ଟି ହୋଇଥିବା ଦ୍ଵନ୍ଦ ଉପରେ ଆଲୋଚନା ହେଲା।  ଆମ କଥା ଶୁଣି ଏହି ସମ୍ବନ୍ଧୀୟ ଆଇନ୍ ପ୍ରତ୍ୟାହାର ପାଇଁ ସେ ସଚିବଙ୍କୁ ନିର୍ଦେଶ ଦେଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀମନ୍ଦିରର ସଂଗ୍ରକ୍ଷଣ ବିଷୟରେ ଆଲୋଚନା କରି ପ୍ରସ୍ତାବିତ ବାଇ-ଲ କୁ ତୁରନ୍ତ ପ୍ରତ୍ୟାହାର କରିଥିବାରୁ ଆମେ ସମସ୍ତେ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ  ଧନ୍ୟବାଦ ଜଣାଇଲୁ। 

କେବଳ ଏତିକି ନୁହେଁ ଶ୍ରୀକ୍ଷେତ୍ରକୁ କିପରି ଅଧିକ ଶ୍ରଦ୍ଧାଳୁ ଆସିବେ, ପୁରୀ ସହର କିପରି ଦେଶରେ ପର‌୍ୟ୍ୟଟନ କ୍ଷେତ୍ରରେ ଅଧିକ ବିକଶିତ ସହର ହେବ ସେ ନେଇ ବିଜେପି କାର‌୍ୟ୍ୟ ଅହରହ କାର‌୍ୟ୍ୟ କରୁଥିବା କହିଛନ୍ତି ଶ୍ରୀ ପାତ୍ର ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here