ଆସନ୍ତା ୧୫ରେ କଂଗ୍ରେସ ର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ବହୁ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଶକ୍ତି ପ୍ରଦର୍ଶନ କରିବ । ଏଥିଲାଗି ଅଣ୍ଟା ଭିଡିଛି କଂଗ୍ରେସ । ଆସନ୍ତା ୧୫ତାରିଖରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ  ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତୈଳ ଦର ବୃଦ୍ଧି, ଆଇନଶୃଙ୍ଖଳା ଓ କୋଟିଆ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ । ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍‌ରେ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ୍‌ ଓ ଗ୍ୟାସ୍‌ର ଦର ବଢିଚାଲିଛି। ଏହାସହ ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀଙ୍କ ସମସ୍ୟା ଦେଖାଦେଇଛି । ଏପରିକି ରାଜନୈତିକ ହିଂସାକାଣ୍ଡ ମଧ୍ୟ ରାଜ୍ୟରେ ବଢିଚାଲିଛି । କେନ୍ଦ୍ରରେ ଉପା ସରକାର ଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ ୧୩୦ ଡଲାର ଥିବା ବେଳେ ଜନସାଧାରଣ ୮୦ ଟଙ୍କାରୁ କମ୍‌ ମୂଲ୍ୟରେ ପେଟ୍ରୋଲ, ଡିଜେଲ କିଣୁଥିଲେ । ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୬୦ ଡଲାରରୁ କମ୍‌ ରହିଛି । କିନ୍ତୁ ଓଡ଼ିଶାରେ ପେଟ୍ରୋଲ ଦର ୯୦ ଟଙ୍କା ହୋଇଥିବା ବେଳେ ଡିଜେଲ ୮୭ ଟଙ୍କାରେ ପହଞ୍ଚିଛି । ଏଥିଯୋଗୁ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ ହେଲାଣି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here