ଏବର୍ଷ ପଡୁନି ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ : ପୁରୀ

ଚଳିତ ବର୍ଷ ମାନେ ୨୦୨୧ରେ ପଡୁନାହିଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଏଭଳି ଭୁଲ ତଥ୍ୟ ଦେଇଛନ୍ତି। ଏଭଳି ବିଭ୍ରାନ୍ତି କର ତଥ୍ୟ ଦେଉଥିବା ପଞ୍ଜିକାରଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡା କାର୍ଯ୍ୟନୁଷ୍ଠାନ ନେବାକୁ ମତ ଦେଇଛନ୍ତି ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଦସ୍ୟ। ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ସଦସ୍ୟ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକ ଆଜି ଏହା ସ୍ପଷ୍ଟ କରିଛନ୍ତି । ଚଳିତ ବର୍ଷ ଶ୍ରୀମନ୍ଦିର ପାଳନ ହେବାକୁ ଥିବା ବିଭିନ୍ନ ପର୍ବ ପର୍ବାଣୀକୁ ଅନୁମୋଦନ ନେଇ ହୋଇଥିବା ବୈଠକ ପରେ ଏହି ମତ ପ୍ରକାଶ ପାଇଛି। ସେହିପରି କୋହିନୁର ଏବଂ ରାଧାରମଣ ପଞ୍ଜିକା ଗଣନାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକୃତି ଦେଇଛି। ଉକ୍ତ ପଞ୍ଜିକାରେ ପ୍ରକାଶିତ ସମସ୍ତ ପର୍ବ ପର୍ବାଣୀ ଶ୍ରୀମନ୍ଦିରରେ ପାଳନ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here