କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ

ଜଳେଶ୍ବର : କୋଟିଆରେ ଆନ୍ଧ୍ର କରୁଛି ପଞ୍ଚାୟତ ନିର୍ବାଚନ। କୋଟିଆର ୨୧ଟି ଗାଁ ଓ ୭ଟି ହାମଲେଟକୁ ମିଶାଇ ୩ଟି ପଞ୍ଚାୟତ ବି କରିଛି । ଏଗୁଡିକ ହେଲା ଗଞ୍ଜେଇ ପଦର, ଫଗୁଣସିନେରୀ ଓ ପାଟୁସିନେରୀ । ଓଡିଶାର ଏହି ଗାଁ ଗୁଡିକର ନାଁ ବି ପରିବର୍ତ୍ତନ କରିଛି ଆନ୍ଧ୍ର। ଗଞ୍ଜେଇ ପଦର ଓ ଫଗୁଣସିନେରୀରେ ଜଣେ ଜଣେ ପ୍ରାର୍ଥୀ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବାରୁ ଏମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେପଟେ ପାଟୁସିନେରୀରେ ଦୁଇ ଜଣ ପ୍ରାର୍ଥୀ ଥିବାରୁ ଏଠାରେ ଆସନ୍ତା ୧୩ ତାରିଖରେ ଭୋଟ୍ ଗ୍ରହଣ କରାଇବ ଆନ୍ଧ୍ର। ଆଉ ଏସବୁ ମଧ୍ୟରେ ସ୍ଥିତି ପରଖିବା ପାଇଁ ବିଜେପିର ଏକ ଟିମ୍ ବୁଧବାର କୋଟିଆ ଗସ୍ତ କରୁଛି। ଏହି ଟିମରେ ରାଜ୍ୟ ସଭାପତିଙ୍କ ସହ ବିରୋଧୀ ଦଳ ନେତା ବି ରହିଛନ୍ତି । ସେପଟେ ବିଜେପିର ଗସ୍ତ ପୂର୍ବରୁ କିନ୍ତୁ ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ କୋଟିଆ ପହଞ୍ଚି ସାରିଛନ୍ତି । କୋଟିଆରେ କିପରି ସୁରୁଖୁରୁରେ ନିର୍ବାଚନ କରାଇବେ ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ବି କରିଛନ୍ତି ।  ଆପଣ ଦେଖୁଛନ୍ତି ଏହାର ଏକ୍ସ୍ଲୁସିଭ୍ ଭିଜୁଆଲ। ଏହି ଟିମରେ ପାର୍ବତୀପୁରମ ସବ୍ ଡିଭିଜନର ଉପଜିଲ୍ଲାପାଳ ଭି ଧେ କାରେ ଓ ସାଲୁର ମଣ୍ଡଳ ତହସିଲଦାର ଶ୍ରୀନିବାସ ରାଓ ପ୍ରମୁଖ ସାମିଲ ହୋଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here