ନାବାଳିକା ଶ୍ରମିକାଙ୍କୁ ନେଇ ଠିକାଦାର ତିଆରି କରୁଛି ପୋଲ ଓ ରାସ୍ତା : ସୁନ୍ଦରଗଡ଼

ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଜୟଡେଗା ପଞ୍ଚାୟତ ଚୁନ୍ଦାଟୋଲି ଗ୍ରାମରେ ଗୋଟିଏ ପୋଲ ନିର୍ମାଣ ହେଉଛି ଓ ରାସ୍ତା ମଧ୍ୟ ନିର୍ମାଣ କରାଯାଉଛି । ଏଥିରେ ଛୋଟ ଛୋଟ ନାବାଳିକା ଝିଅ ମାନଙ୍କୁ ନେଇ କାମ କରାଯାଉଛି । ଏହି କାମରେ ଝିଅ ମାନଙ୍କୁ ୨୦୦ ଟଙ୍କା କରି ଏବଂ ଶ୍ରମକମାନଙ୍କୁ ମଧ୍ୟ ୨୦୦ ଟଙ୍କା କରି ମଜରି ଦିଆଯାଉଛି । ଗରିବ ଲୋକଙ୍କୁ କେମିତି ଠକି କାମ କରାଯାଇଛି ଏହାର ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି ଜୟେଡେଗା ବ୍ରିଜ ଓ ରାସ୍ତା କାମରେ । ଏହି କାମରେ ଯେଉଁମାନେ ସ୍ଵଳ୍ପ ମଜୁରି ପାଇଁ ବିରୋଧ କରିଛନ୍ତି ସେମାନଙ୍କୁ କାମକୁ ନ ଆସିବା ପାଇଁ ଧମକ ଦିଆଯାଇଥିଲା । ଆଉ ଯଦି ଏତିକି ପଇସାରେ କାମ କରିବା ଅଛି ହେଲେ କର ନହେଲେ ବାହାରୁ ଲେବର ଆଣୀ କାମ କରାଇବି । ହେଲେ ତମକୁ କାମ ଦେବୀ ନାହିଁ କହି ଧମକ ଦେଇଥିଲେ ଠିକାଦାର ଓ ସୁପରଭାଇଜର । କିନ୍ତୁ କରୋନା କଟକଣା ସମୟରେ ଲୋକଙ୍କୁ ପଇସାର ବହୁତ ଦରକାର ଥିଲା । ତେଣୁ ଏହି କାମରେ ଠିକେଦାର କେମିତି ଗରୀବ ଆଦିବାସୀ ଲୋକଙ୍କୁ ଶୋଷଣ କରୁଥିଲା ଏହି ଭିଡିଓ ଦେଖିଲେ ଆପଣମାନେ ଭଲ ଭାବେ ବୁଝି ପାରିବେ ।ଏହା ଉପରେ କେହିବି ଧ୍ୟାନ ଦେଉ ନାହାନ୍ତି କି ପଚାରୁବି ନାହାଁନ୍ତି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କରେ ପେଶି ହେଉଛନ୍ତି ଗରୀବ ଶ୍ରମିକ । ଏମିତି ଭାବେ ଠକି ଠାକି ଠିକାଦାର ବ୍ରିଜ କାମ ଚଳାଇଛନ୍ତି । ଆଉ କେହିବି ସରକାରଙ୍କର ଗାଇଡଲାଇନକୁ ଫଲୋ କରୁନାହାଁନ୍ତି।ଏମିତି କରି ଗରିବ ଆଦିବାସୀ ଲୋକଙ୍କର ରକ୍ତ ଶୋଷୁଛନ୍ତି ଠିକାଦାରମାନେ । ତେବେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ବିଧାୟକ କରୁଛନ୍ତି କ’ଣ ବୋଲି ସାଧାରଣରେ ଜୋର ଚର୍ଚ୍ଚା ଚାଲିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here