ପୁରୀ ଗଜପତି ମହାରାଜାଙ୍କ କେନ୍ଦ୍ର ସରକାରଙ୍କୁ ଅନୁରୋଧ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଓ ସନ୍ନିକଟ ପାର୍ଶ୍ବବର୍ତ୍ତୀ ସଂପୂରକ ଦେବଦେବୀ ପୂଣ୍ୟପୀଠ ସଂକ୍ରାନ୍ତ ଐତିହ୍ୟ ପ୍ରାଧିକରଣ ଉପନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାର ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ବାରା ତ୍ବରିତ ପଦକ୍ଷେପକୁ ଗଜପତି ମହାରାଜା ସ୍ବାଗତ ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତୀୟ ଯେ‌ କୌଣସି ପଦକ୍ଷେପ ନେବାପୂର୍ବରୁ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ସରକାର ଆଲୋଚନା କରିବା ନିମନ୍ତେ ଗଜପତି ମହାରାଜା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ବିଶ୍ବର ଅଗ୍ରଣୀ ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଶ୍ରୀଜଗନ୍ନାଥ ଧାମର ରୂପାନ୍ତକରଣ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମ୍ମିଳିତ ସହଯୋଗିତାରେ ସମ୍ଭବ ହୋଇପାରି ବୋଲି ସେ କହିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କ ପ୍ରସ୍ତାବିତ ବାଇ-ଲ’ ବା ଉପନିୟମକୁ କେନ୍ଦ୍ର ସରକାର ଆଜି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ଏହି ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ରାଜନୈତିକ ଚାପ, ପୁରୀର ସେବାୟତଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ବିରୋଧ ଆଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ମୁଣ୍ଡ ନୁଆଁଇଛି। ସୋମବାର ସନ୍ଧ୍ୟାରେ ଏନ୍‌ଏମ୍‌ଏ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏନଏମଏ ଶ୍ରୀମନ୍ଦିର ଉପରେ ପ୍ରସ୍ତୁତ କରିଥିବା ଐତିହ୍ୟ ବାଇ-ଲ’କୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କିଏ ଏହାକୁ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବିରୋଧରେ ଷଡ଼୍‌ଯନ୍ତ୍ର ବୋଲି ବର୍ଣ୍ଣନା କରିଥିବା ବେଳେ ଆଉ କିଏ କେନ୍ଦ୍ର ସରକାରଙ୍କୁ କଳାପାହାଡ଼ ବୋଲି ଚିତ୍ରଣ କରିବାକୁ ପଛାଇ ନ ଥିଲେ। ପୁରୀରେ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗୋଟିଏ ଗୋଷ୍ଠୀ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯିବା ପାଇଁ ଧମକ ଦେଇଥିଲେ। ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଧମକ ଦେଇଥିଲେ ଯେ ନିଷ୍ପତ୍ତିର ପୁନର୍ବିଚାର ନ ହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here