ପୂର୍ବତନ ପୋଷ୍ଟ ମାଷ୍ଟରଙ୍କ ଅକାଳ ବିୟୋଗ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ନସିଡିପୁର ସ୍ଥିତ ଭଗେଶ୍ୱରପୁର ଗ୍ରାମରେ ଏକ ଦୁଃଖଦ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ପୂର୍ବତନ ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ପିତା ଭାବଗ୍ରାହୀ ଦାସଙ୍କ ପୁଅ ବସନ୍ତ କୁମାର ଦାସଙ୍କର ହଠାତ୍ ହୃଦଘାତରେ ୮୦ ବର୍ଷ ବୟସରେ ମୃର୍ତ୍ୟବରଣ ହୋଇ ଯାଇଥିବା ପରିବାର ସୂତ୍ରରୁ ଖବର ନେବାରୁ ଜଣାପଡିଛି । ବସନ୍ତ ଦାସ ଜଣେ ମେଳାବି ସ୍ନେହିଁ ପରୋଉପକାରୀ ଓ ସମାଜସେବୀ ଲୋକଥିଲେ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି । ତାଙ୍କ ବିୟୋଗରେ ସାହିପଡିଶା, ବନ୍ଧୁବାନ୍ଧବ ଓ ଜ୍ଞାନ୍ତି କୁଟୁମ୍ବ, ପରିଜନଙ୍କ ସହିତ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ମୃର୍ତ୍ୟୁରେ ମ୍ରିୟମାଣ ହୋଇ ଦୁଃଖ ପ୍ରକାଶ କରିବା ସହିତ ପ୍ରଭୁ ଶିଦ୍ଧ ବଳଦେବଜୀଉଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here