ଗଣଶିକ୍ଷା ମନ୍ତ୍ରୀ ଜଗତସିଂହପୁର ଜିଲ୍ଲା ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କଲେ

ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତ କରିଛନ୍ତି । ମନ୍ତ୍ରୀ ଗ୍ରସ୍ତ ଅବସରରେ ଜଗତସିଂହପୁର ଠାରେ ପହଂଚିବା ପରେ ମଜୁରାଇ ଛକ ନିକଟରୁ ମନ୍ତ୍ରୀ ଙ୍କୁ ଏକ ଶୋଭାଯାତ୍ରାରେ ସଁଅରା ପଂଚାୟତ କୁ ନିଆଯାଇଥିଲା । ମନ୍ତ୍ରୀ ପଞ୍ଚାୟତ ରେ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ର, ଆମ ଗାଁ ଆମ ବିକାଶ ଯୋଜନାରେରେ ଲିଙ୍ଗେଶ୍ୱର ମନ୍ଦିର ନିକଟରେ ଏକ ଗୋଷ୍ଠୀ କେନ୍ଦ୍ର , ପାଟଣା ଠାରେ ଏକ ପାଣି ଟାଙ୍କିର ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଡ଼ା ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି,ବ୍ଲକ ଅଧଖ୍ୟା ଵିଜୟଲକ୍ଷ୍ମୀ ବେହେରା,ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ବ୍ଳକ ବିଜେଡି ସଭାପତି ମନୋଜକୁମାର ଭୋଇ, ଯୁବବିଜେଡ଼ି ଉପସଭାପତି ଗୌରପ୍ରସାଦ ମହାନ୍ତି ,ଆଇଟି ସଂଯୋଜକ ରତିରଞ୍ଜନ ବେହେରା, ଛାତ୍ର ବିଜେଡ଼ି ସଭାପତି ସମିତ ଲେଙ୍କା, ବହୁ ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ‌

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here