ଭିଜିଲାନ୍ସ ଜାଲରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କୀରାଣୀ : ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଡିଭିଜନ ଅଫିସର କିରାଣୀ ଅମରେନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ବସନ୍ତ ବାରିକ ନାମକ ଜଣେ ଅବସର ପ୍ରାପ୍ତ ଫିଟର କର୍ମଚାରୀଙ୍କ ଠାରୁ ପେନସନ ପେପର କରାଇ ଦେବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଓ ଜଗତସିଂହପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ବସନ୍ତ ବାରିକ ବାଲିକୁଦା ସେକ୍ସନ -୨ରେ କାର୍ଯ୍ୟକରୁଥିବା ବେଳେ ଗତ ୨୦୧୯ ଜାନୁଆରୀରେ ଅବସର ନେଇଥିଲେ । ବସନ୍ତଙ୍କ ପେନସନ ପେପର କରାଇ ଦେବା ପାଇଁ ଅମରେନ୍ଦ୍ର ଆଚାର୍ଯ୍ୟ ୨ହଜାର ଲାଞ୍ଚ ମାଗିଥିଲେ । ଏହାକୁ ନେଇ ବସନ୍ତ ଭିଜିଲାନ୍ସ କାର୍ଯ୍ୟାଳୟ ର ଦ୍ୱାରସ୍ଥ ହୋଇଥିଲେ । ଆଜି ଯୋଜନା ମୁତାବକ ଅମରେନ୍ଦ୍ର ଆଚାର୍ଯ୍ୟ ୨ହଜାର ଟଙ୍କା ବସନ୍ତ ବାରିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କଟକ ଓ ଜଗତସିଂହପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ଏହି ଚଢ଼ାଉରେ କଟକ ଭିଜିଲାନ୍ସ ର ସବଇନ୍ସପେକ୍ଟର ଜ୍ୟୋତି ଶଙ୍କର ଦାସ,ଅନୁପମା ସାହୂ ଓ ଜଗତସିଂହପୁର ଭିଜିଲାନ୍ସ ର ହେମନ୍ତ କୁମାର ମହାନ୍ତି, ବିକେ ଓରାମ ସାମିଲ ଥିଲା ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here