ଯଶୋଦା ବିଷ୍ଣୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୋଗୀମାଳରେ ଯୁବ ରେଡକ୍ରସ ଶିବିର ଉଦଘାଟିତ :

ଏହି ଶିବିରକୁ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ରାଜ୍ଯ ସଂଯୋଜକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଥିଲେ l ତାଙ୍କ ବକ୍ତବ୍ୟରେ ତିନି ଦିନ ଶିବିରରେ ୬ ଟି ଟେକନିକାଲ ବିଭାଗରେ ତାଲିମ ପ୍ରଦାନ କରାଯିବ ଯଥା ବ୍ଳଡ଼ ଡୋନେସନ, ଏଚ୍ ଆଇ ଭି ଏଡ଼ସ, ରୋଡ୍ ସେଫ୍ଟି, ଫାଷ୍ଟ୍ଏଡ୍, ରେଡକ୍ରସର ଉନ୍ନତି ମୂଳକ ଇତିହାସ, ଆକସ୍ମିକ ପରିଚାଳନା  ବିଷୟ ଉପରେ କାଉନସିଲ ମାନେ ତାଲିମ୍ ଦେବେ l ଶ୍ରୀ ମିଶ୍ର ଦୁଇଟି ଗପ ମାଧ୍ୟମରେ ସ୍ଵେଚ୍ଛାସେବୀ ମାନଙ୍କୁ ପରାମର୍ଶ ଦେଇଥିଲେ l କରୋନା ପାଇଁ ଏହି ବର୍ଷ ଜିଲ୍ଳା ସ୍ତରୀୟ କୁ ବାଦ୍ ଦେଇ ଦୁଇ /ତିନୋଟି କଲେଜକୁ ନେଇ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ଓଡିଶାରେ ୨୦୦ ଜାଗାରେ ଶିବିର ଆୟୋଜନ କରାଯାଇଛି lସମ୍ମାନିତ ଅତିଥି ଭାବେ  ଜିଲ୍ଳା ସଂଯୋଜକ ଡଃ ବିପିନ ଚୌଧୁରୀ ଯୋଗ ଦେଇ କହିଥିଲେ ମୋର ଭାଷଣ କମ୍ ଏବଂ କାମ ଅଧିକ କରିବା ପାଇଁ ଚାହେଁ l ଶିବିର ରେ ପ୍ରଶିକ୍ଷଣ ପାଇ ସାରିଲା ପରେ ପ୍ରତ୍ୟେକ ସ୍ଵେଚ୍ଛାସେବୀ ମାନବ କଲ୍ୟାଣ ପାଇଁ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ l କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ କୁମାର ପାଣିଗ୍ରାହୀ ସ୍ଵାଗତ ଭାଷଣ ଦେଇ ସାରିବା ପରେ ମୁଖ୍ୟ ଅତିଥି ତଥା ସମ୍ମାନୀତ ଅତିଥି ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ l କାଉନସିଲର ସୁମନ୍ତ କୁମାର ଦ୍ଵିବେଦୀ ମଞ୍ଚ ପରିଚାଳନା କରିଥିବା ବେଳେ ଦର୍ଲିପାଳି ମହାବିଦ୍ୟାଳୟର କାଉନସିଲର ହେମନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l କ୍ଳଷ୍ଟର ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ l ଏହି କାର୍ଯ୍ୟକ୍ରମ ରେ କିଞ୍ଜମା ମହାବିଦ୍ୟାଳୟ ଓ ଦର୍ଲିପାଳି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ l କିଞ୍ଜମା ମହାବିଦ୍ୟାଳୟର କାଉସିଲର ଆଦିତ୍ୟ ନାଏକ ମଧ୍ଯ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here