ଅଗ୍ନିଶମ ବିଭାଗ ମୃତ ବ୍ୟକ୍ତିଙ୍କ ଶବ ଉଦ୍ଧାର କଲା ପୋଖରୀ ଭିତରୁ : ସୁନ୍ଦରଗଡ଼

ମୃତ୍ୟୁ କାହାପାଇଁ କେଉଁ ରୂପରେ ଆସେ ସେ ବିଷୟରେ କଳ୍ପନା କରିବା ବହୁ କଷ୍ଟ । ଗାଧୋଇବାକୁ ଆସି ମୃତ୍ୟୁକୁ ବରଣ କରିଥିବା ନେଇ ପରିବାର ଲୋକେ ଆଚମ୍ବିତ ଓ ବିସ୍ମିତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ରାଉରକେଲା ସ୍ଥିତ ଜଲଦା ସି ବ୍ଲକ ଅଞ୍ଚଳ ପୋଖରୀରେ । ସ୍ଥାନୀୟ ଅଞ୍ଚଳର ବାସୀନ୍ଦା ବୁତୁରୁ ମୁଣ୍ଡାରୀ ନିକଟସ୍ତ ପୋଖରୀକୁ ଗାଧୋଇବା ପାଇଁ ଆସିଥିବା ବେଳେ ଗୋଡ ଖସିଯିବାରୁ ପୋଖରୀ ଭିତରେ ପଶି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ରେସକ୍ୟୁ ଦଳ ପୋଖରୀ ଭିତରୁ ବୁତୁରୁ ମୁଣ୍ଡାରୀଙ୍କୁ ଉଦ୍ଧାର କରିବା ପରେ ଜଲଦା ଫାଣ୍ଡି ଅଧିକାରୀ ବିଜୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆରଜିଏଚ ପଠାଯାଇଥିଲା ଚିକିତ୍ସା ପାଇଁ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଏ ନେଇ ଜଲଦା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଲଦା ଫାଣ୍ଡି ଅଧିକାରୀ ମତବ୍ୟକ୍ତ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here