୬୧ ତମ ଆନ୍ତଃ ଜିଲ୍ଲା ସାହାଣୀ କପ୍ ଫୁଟ୍ ବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଳ ପବନ କଲ୍ଯାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ଅଧିକାରୀ ଭୈରବ ସିଂ ପଟେଲ, ଟାଙ୍ଗରପାଲି ବି ଡି ଓ ସୌମେନ୍ଦ୍ର କୁମାର ଦାଶ, ଲେଫ୍ରିପଡ଼ା ବି ଡି ଓ ରମେଶ ହାଁସଦା ଏମ୍ ସିଏଲ୍ ଜି ଏମ୍ ସଞ୍ଜୟ ଝା ଯୋଗ ଦେଇଥିଲେ l ପ୍ରଥମ ମ୍ଯାଚ ବୌଦ ଜିଲ୍ଲା ଦଳ ଯାଜପୁର ଦଳକୁ ଏକ ଗୋଲ ଦେଇ ବିଜୟ ହୋଇଥିବା ବେଳେ ଦ୍ୱିତୀୟ ମ୍ଯାଚ ସମ୍ବଲପୁର ଦଳ ଜଗତ୍ସିଂହପୁର ଦଳକୁ ଗୋଲ ଦେଇ ବିଜୟ ହୋଇଥିଲେ l ଦ୍ଵିତୀୟ ମ୍ଯାଚରେ ମୁଖ୍ୟ ଅତିଥି ଭାବେ ଳଗ ସୁନ୍ଦରଗଡ଼ ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ, ସମ୍ମାନିତ ଅତିଥି ଭାବେ ତଳସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ଓ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ସୁନ୍ଦରଗଡ଼ ଜିଲ୍ଲାର ଜନ ସେବା ସମିତି ଅନୁଷ୍ଠାନ ବିଭିନ୍ନ ଖେଳର ଖେଳାଳି ମାନଙ୍କୁ ଜାତୀୟ ସ୍ତରରେ ଯୋଗ ଦେବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଥିବାରୁ ଜିଲ୍ଲାପାଳ ଜନ ସେବା ସମିତିର ସମ୍ପାଦକଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ବିପିନ କୁମାର ବିଶି ଶାରିରୀକ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ l ଯୁବ ନେତା ଅଜୟ ପଟେଲ ଜିଲ୍ଲାପାଳ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିବା ବେଳେ ସମସ୍ତ ଅତିଥି ମାନଙ୍କୁ ମଧ୍ଯ ବୀର୍ ସୁରେନ୍ଦ୍ର ସାଏ କ୍ଲବ ପକ୍ଷରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ମ୍ଯାଚ କମିଶନର ଯୁଗଳ ଚନ୍ଦ୍ର ଦାଶ, ପର୍ଯ୍ୟବେକ୍ଷକ ରବିନ୍ଦ୍ର ମହାପାତ୍ର, ଚୟନ କର୍ତ୍ତା ବାସିଲ ତିର୍କୀ, ମେନ ରେଫରୀ ପି କେ ପାଲ, ସହଯୋଗୀ ରେଫରୀ ସନ୍ୟାସୀ ମୁଣ୍ଡା, ଜିତେନ୍ଦ୍ର ସେନାପତି ଓ ଲଛମନ ସେଟ୍ ସହଯୋଗ କରିଥିଲେ l ଠିକ ସେହିପରି ସେପତିବାହାଲ ଖେଳ ପଡିଆ ରେ ମୁଖ୍ୟ ଅତିଥି ଭାବେ ଏସ୍ ପି ସାଗରିକା ନାଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆର୍ ଟି ଓ ରାମଦାଶ ଟୁଡୁ ଉପସ୍ଥିତ ଥିଲେ l କିଞ୍ଜିର୍ମା ଖେଳ ପଡିଆରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ସମାନିତ ଅତିଥି ଭାବେ ସୁନ୍ଦରଗଡ ବ୍ଲକ ଉପାଦକ୍ଷ ଶ୍ରୀଯୁକ୍ତ ଅସ୍ମିନ ନାଏକ ଯୋଗ ଦେଇ ଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here