ଟାଟା ଏସି ଗାଡ଼ି ଧକା ରେ ବାଇକ ଆରୋହି ମୃତ୍ୟୁ : ଜଗତସିଂହପୁର

ଜଗତସିଂହପୁର ଜୟିପୁର ରାସ୍ତାର ସାଁପୁର ପେଟ୍ରୋଲ ଟାଙ୍କିନିକଟରେ ଦୁର୍ଘଟଣା।ଦୁର୍ଘଟଣାରେ ବାଇକ ଆରୋହି ମୃତ। ଜଗତସିଂହପୁର ରୁ ଜୟିପୁର ଯାଉଥିବା ଏକ ଟାଟାଏସି ଗାଡି ବାଇକକୁ ପଛପଟୁ ଧକା ଦେଈ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଡାକି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣକ ତିର୍ତ୍ତୋଲ ବ୍ଲକ ମୁଳିସିଂ ଗାଁର ଦେବଜ୍ୟୋତି ମଲିକ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଜଗତସିଂହପୁର ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁର ରୁ ଜିଲା ପ୍ରତିନିଧୂ ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here