ରାଜା ମେମୋରିଆଲ କ୍ରିକେଟ୍ ଟର୍ଣ୍ଣlମେଣ୍ଟ ରାଇଜିଂଙ୍ଗ ଷ୍ଟାର୍ ଚମ୍ପିୟାନ ଉଦଯାପିତ : ଜଗତସିଂହପୁର

ସ୍ଥାନୀୟ ଗୋପାଳ ସାଗର ସ୍ଥିତ ଆଜାଦ୍ ସ୍ପୋଟିଂ ଖେଳ ପଡିଆ ରେ ଦ୍ଵାଦଶ ତମ ରାଜା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ ହୋଇଯାଇଛି l ଏଥିରେ ରାଇଜିଂଙ୍ଗ ଷ୍ଟାର୍ ନୂଆଗାଁ ଚମ୍ପିୟାନ ହୋଇଛି l ଏଥିରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ପୌରପରିଷଦ ର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା , ଜଗତସିଂହପୁର ଥାନା ଭାରlପ୍ରାପ୍ତ ଅଧିକାରୀ ରଜନୀକାନ୍ତ ମିଶ୍ର , ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ , ଜିଲ୍ଲା କ୍ରିକେଟ୍ ଆ ସୋସିଆସନର ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ l ରାଇଜିଂଷ୍ଟାର୍ ପ୍ରଥମେ ଟଚ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା l ୟୁନିକ୍ ଷ୍ଟାର୍ *ମଣ୍ତlସାହି ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର୍ ରେ ୮ ୱିକେଟ୍ ହରାଇ ୫୦ ରନ୍ ସଂଗ୍ରହ କରିଥିଲା l ନୂଆଗାଁ ରାଇଜିଂଷ୍ଟାର୍ ୫୧ ରନ୍ ବିଜୟ ଲକ୍ଷ୍ୟକୁ ପିଛାକାରୀ ୫.୫ ଓଭର ରେ ୨ ୱିକେଟ୍ ହରାଇ ୫୧ରନ୍ କରି ବିଜୟ ହାସଲ କରି ଥିଲା l ଏହି ଟୁର୍ଣ୍ଣlମେଣ୍ଟ ରେ ବେଷ୍ଟ୍ ବ୍ୟାଟ୍ସମ୍ୟାନ ଭାବେ ସୌଭାଗ୍ୟ ,ବେଷ୍ଟ ବୋଲ ର ସତ୍ୟ, ବେଷ୍ଟ ଫିଲଡର୍ ଅଭିଷେକ, ବେଷ୍ଟ କିପର ମୁନା , ମ୍ୟାନ ଅଫ ଦି ମ୍ୟାଚ ସୌଭାଗ୍ୟ , ମ୍ୟାନ ଅଫ ଦି ସିରିଜ୍ କିଶୋର l ବିଜୟୀ ଦଳ କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ରାଶି ୧୧ ହଜାର ଏକ ଟଙ୍କା ସହିତ ଟ୍ରଫି ଓ ଉପ ବିଜେତା ଦଳ କୁ ୭ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା lଏହି ଟୁର୍ଣ୍ଣlମେଣ୍ଟରେ ପ୍ରତେକ୍ ମ୍ୟାଚ୍ ରେ ମ୍ୟାନ ଅଫ ଦି ମ୍ୟାଚ୍ ଓ ମ୍ୟାନ ଅଫ ଦି ସିରିଜ୍ ବାବଦ କୁ ୧ ହଜାର ୧ ଟଙ୍କl ଅର୍ଥରାଶି ଯାହାକି ସ୍ବର୍ଗତ ନାଥ ଦାସ (ବୁଢ଼ାବାବୁ) ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦିଆ ଯାଉଥିଲା lଏହି ଖେଳ କୁ ପ୍ରିୟ ରଞ୍ଜନ ଦାସ ଓ ରାକେଶ ଦାସ୍ ପରିଚାଳନା କରିଥିଲl ବେଳେ ଅନ୍ତର୍ଯ୍ୟାମୀ ସେଠୀ, ସୁବାଷ ଦାସ୍, ସୂର୍ଯ୍ୟକାନ୍ତ ବେହେରା , କୃଷ୍ଣଚନ୍ଦ୍ର ସେଠୀ, ସତ୍ୟଜିତ ଗୋଚ୍ଛାୟତ, ରାଜେଶ୍ ମଲ୍ଲିକ, ବିଶ୍ୱଜିତ୍ ସେଠୀ, ଜ୍ଞାନ ରଞ୍ଜନ ଗୋଚ୍ଛାୟତ, ରଞ୍ଜିତ ଗୋଚ୍ଛାୟତ, ଆଦିତ୍ୟ ରାୟ , ପ୍ରକାଶ ସେଠୀ, ଏସ କେ ଇନତିଆଜ୍ , ଅଜିତ୍ ରାଉତ ଏବଂ ରାକେଶ ସିଂ ପ୍ରମୁଖ ଏହି ଟୁର୍ଣ୍ଣlମେଣ୍ଟ କୁ ସହ ଯୋଗ କରିଥିଲେ l

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସା‌ହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here