କେନ୍ଦ୍ରାପଡାରେ ଡଃ ଏସ୍ ଏନ ସୁବାରାଓ(ଭାଇଜୀ)ଙ୍କ ୯୩ତମ ଜନ୍ମ ବାର୍ଷିକୀ ପାଳନ

ଆଜି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଗୋପଛକ ସ୍ଥିତ ଜନଶ୍ରୀ କମ୍ପୁଟର ଇନିଷ୍ଟିଚ୍ୟୁଟ୍ ପରିସର ମଧ୍ୟରେ ଜାତୀୟ ଯୁବ ଶିବୀର ଦ୍ୱାରା ଆୟୋଜିତ ଡଃ ଏସ୍.ଏନ୍. ସୁବାରାଓ(ଭାଇଜୀ)ଙ୍କ ୯୩ତମ ଜନ୍ମ ବାର୍ଷିକୀ ଦିବସ ପାଳନ ଅବସରରେ ସମାଜସେବୀ ରାକେଶ କୁମାର ବଳଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥିଭାବେ ହାଇକୋର୍ଟର ବରିଷ୍ଠ ଆଇନଜିବୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶ ଯୋଗଦେଇ ଥିବାବେଳେ। ଅବସର ପ୍ରାପ୍ତ ପ୍ରଫେସର ଶ୍ରୀଯୁକ୍ତ ସୂର୍ଯ୍ୟମଣୀ ପଣ୍ଡା ସମ୍ମାନୀୟ ଅତିଥିଭାବେ ମଧ୍ୟ ଯୋଗଦେଇ । ତାଙ୍କ ନିଜ ନିଜର ବକ୍ତବ୍ୟ ବା ପ୍ରସଂଗ କ୍ରମେ କହିଥିଲେ ଯେ-କିଭଳି ବିଶିଷ୍ଟ ଗାନ୍ଧୀବାଦୀ ଓ ସମାଜସେବୀ ଡକ୍ଟର ଏସ୍. ଏନ୍. ସୁବାରାଓ ଆମ ଦେଶ ଓ ଜାତିର ଉର୍ଣ୍ନତି ପାଇଁ ଦିବାରାତି ସ୍ୱପ୍ନ ଦେଖିବା ସହିତ ଦେଶମାତୃକା ପାଇଁ ପ୍ରତିଟି ମୁହୂର୍ତ୍ତରେ ବିଭିନ୍ନ କାର୍ଯ୍ୟକରି ଆସୁଥିଲେ ଏବଂ ଚମ୍ବଲ ଘାଟିଠାରେ ହଜାର ହଜାର ମାଓବାଦୀ ମାନଙ୍କୁ ଖରାପ୍ ରାସ୍ତାରେ ନଯିବା ପାଇଁ ପବର୍ତ୍ତାଇବା ସହିତ ସେମାନେ କିପରି ସମାଜର ମୁଖ୍ୟ ସ୍ରୋତକୁ ପୂନ୍ନରାୟ ଫେରିଆସିବେ ଏବଂ ସରକାରଙ୍କ ପାଖରେ ସମସ୍ତେ ଆତ୍ମ ସମର୍ପଣ କରିବାପାଇଁ ସେମାନଙ୍କ ସହିତ ମିଶି ପ୍ରାୟ ୨ଶହ ପାଖାପାଖି ମାଓବାଦୀ ବା ନକସଲ ମାନଙ୍କୁ କୁପଥରୁ ସୁପଥକୁ ଫେରାଇ ଆଣିବା ପାଇଁ ତାଙ୍କର ମୂଖ୍ୟ ପ୍ରୟାସ ଓ ଚେଷ୍ଟା ନିଶ୍ଚିନ୍ତ ରୂପେ ତାଙ୍କୁ ଏକ ମହାନ ବ୍ୟକ୍ତିତ୍ୱର ପରିଚୟ ଆଜି ଆଣି ଦେଇପାରିଛି ।

ଏବଂ ସମଗ୍ର ଭାରତ ବର୍ଷରେ ସଦା ସର୍ବଦା ଗାନ୍ଧୀବାଦୀ ଓ ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ, ଆଦର୍ଶ ଏବଂ ଚେତନାକୁ ନେଇ ବା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ବା ଲିପ୍ତରହି ଦେଶ ମାତୃକାର ସେବା କରି ଆସୁଥିଲେ, ତାହା ନିଶ୍ଚଂୟ ରୂପେ ଦେଶବାସୀ ଓ ଆଗାମୀ ଯୁବ ପିଢୀ ମାନଙ୍କ ପାଇଁ ଏକ ଆଦର୍ଶ ଏବଂ ପଥ ପଦର୍ଶକର ମାର୍ଗ ଦର୍ଶକର ପରିପନ୍ଥା ହୋଇ ରହିବ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ଥନ ଖବର କାଗଜର ଜିଲ୍ଲା ପ୍ରତିନିଧି ସେକ୍ ଅସିର୍ ଉଦ୍ଧିନ୍, ଓଡିଶା ଆଲ୍ ଓଡିଶା ଶୋଫିଆ ଟ୍ରଷ୍ଟର ସଭାପତି ସେକ୍ ଅମିର ଉଦ୍ଧିନ୍, ସମାଜସେବୀ ରମେଶ ଚନ୍ଦ୍ର ଥାଟୋଇ, ଶିବ ପ୍ରସାଦ ମହାରଣା, ସୌମ୍ୟରଞ୍ଜନ ପରିଡା, ସରସ୍ୱତୀ ଲେଙ୍କା, ଲକ୍ଷ୍ମୀପ୍ରିୟା ବେହେରା, ମାମାଲୀ ପ୍ରଧାନ, ଅନୁସୂୟା ଲେଙ୍କା, ରୋଜାଲିନ୍ ପରିଡା, ସୁଭଶ୍ମିତା ତ୍ରିପାଠୀ, ରାଜଲକ୍ଷ୍ମୀ ଦାସ ଓ ସୁଧାଂଶୁ ବାଳା ଦାସ ପ୍ରମୁଖ ଯୋଗଦେଇ ଡଃ ଏସ୍ଏନ୍ ସୁବାରାଓଙ୍କ ଜୀବନା ବଳୀକୁ ଉପରେ ନିଜ ନିଜର ସମ୍ୟକ ସୂଚନା ପ୍ରଦାନ କରିଥିବା ବେଳେ। ଯାଯପୁର ଜିଲ୍ଲାର ଓଳାଶୁଣୀ ପାଖ ନଳୀପୁର ଗ୍ରାମର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ମଧୁସୂଦନ ଦାସ ମଧ୍ୟ ବାଂଗାଲୁରରେ ରହି ମୋବାଇଲ୍ ମାଧ୍ୟମରେ ଡକ୍ଟର ସୁବାରାଓଙ୍କ ଆତ୍ମଜୀବନୀ ବିଷୟରେ ସମସ୍ତ ଅତିଥି ମାନଙ୍କୁ ଅତ୍ୟନ୍ତ ଉଚ୍ଚ କୋଟିର ଓ ମୂଲ୍ୟବାନ ବକ୍ତବ୍ୟ ଶୁଣାଇବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଆସନ୍ତୁ ସିଧା ସଳଖ ଶୁଣିବା ଡକ୍ଟର ସୁବାରାଓଙ୍କ ଜୀବନୀକୁ ନେଇ ମଞ୍ଚାସୀନ ଅତିଥିମାନେ ଗଣମାଧ୍ୟମ ଆଗରେ କଣ ଓ କି ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here