ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚକାବନ୍ଦ ଆନ୍ଦୋଳନ : ଜଗତସିଂହପୁର

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ତିନୋଟି କୃଷିଆଇନ ପ୍ରତ୍ୟାହାର ଦାବିରେ ଡାକବଙ୍ଗଳା ଛକ ଠାରେ ସର୍ବଭାରତୀୟ କୃଷକ ସଙ୍ଗଠନ ର ଆହ୍ୱାନ କ୍ରମେ ଦିନ 12 ଟାରୁ ଅପରାହ୍ନ3 ଟା ପର୍ଯ୍ୟନ୍ତ ଚକାବନ୍ଦ ଆନ୍ଦୋଳନ ରେ ବସିଥିଲେ।ଚାଷୀମାନେ ଯୋଗଦେଇ କହିଥିଲେ କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ସହିତ ଚାଷୀ ପେନସନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବ,ଓ ସୁଦୃଢ କୃଷିଭୂମି ଦାବି ନେଇ ଆଜି ନବ ନିର୍ମାଣ କୃଷକ ସଂଗଠନ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚକାବନ୍ଦ ଆନ୍ଦୋଳନ କରାଯାଇଛି। ତେଣୁ ସରକାର ଏହି କୃଷକ ବିରୋଧୀ ଆଇନକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଯଦି ସରକାର ଏହି ଆଇନ କୁ ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଜୋରଦାର ହେବ ବୋଲି ନବନିର୍ମାଣ ସଂଗଠନ ପକ୍ଷରୁ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ,ଜିଲା ସଂଯୋଜକ ଦୁର୍ଗାଚରଣ ସ୍ୱାଇଁ, ଉପଦେଷ୍ଟା ବଂଶୀଧର ପଟ୍ଟନାୟକ, ନିତ୍ୟାନନ୍ଦ ପଣ୍ଡା,ଦେବାଶିଷ ଦାସ, ଵିଷ୍ଣୁ ସ୍ୱାଇଁ, ଦେବୀପ୍ରସାଦ ମହାରଣା ପ୍ରମୂଖ ଶତାଧିକ ଚାଷୀ କହିଛନ୍ତି।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here