ଗରିବ ଅସହାୟ ପକ୍ଷାଘାତ ରୋଗୀଙ୍କୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ ଓ ରାଜନେତା : କେନ୍ଦ୍ରାପଡ଼ା

ମଣିଷ ସବୁ ଆଡୁ ହତାସ ହେବାପରେ ଭଗବାନଙ୍କ ଉପରେ ଭରସା କରିଥାଏ ଏବଂ ଟିକେ ଆଶା ପାଇଲେ ବା ତାଙ୍କୁ କିଏ ସହାଯ୍ୟ କଲେ ବା ସାହାଯ୍ୟର ହାତ ବଢାଇଲେ ସିଏ ତାଙ୍କୁ ଭଗବାନ ବୋଲି ଭାବେ । ଏଭଳି ଏକ ଦୃଶ୍ୟ ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ଧୂମାନ୍ତ ଶାସନ ଗ୍ରାମର ଜୈନିକ ଗରିବ ଅସହାୟ ଓ ଦୀର୍ଘ ୮ବର୍ଷଧରି ପକ୍ଷାଘାତ ଓ ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡିତ ସୀତାରାମ ମଲ୍ଲିକଙ୍କୁ ସାହାଯ୍ୟ ଓ ସହାୟତାର ହାତ ବଢାଲେ ବିଶିଷ୍ଟ ସମାଜସେବୀ ତଥା ଓଡିଆ ଚଳଚିତ୍ର ପ୍ରଯୋଜକ ଏବଂ ବିଜେଡି ରାଜନେତା ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ)ଙ୍କ ସମେତ ଶିକ୍ଷାବିତ୍ ଓ ସମାଜସେବୀ ପାର୍ଥ ସାରଥି ବେହେରା ଏବଂ ସ୍ଥାନୀୟ ସମିତି ସଭ୍ୟା ଶ୍ରୀମତୀ ରେଣୁବାଳା ସାହୁ, ସାମ୍ବାଦିକ ପ୍ରଫୁଲ୍ଲ ଦାସ, ସାମ୍ବାଦିକ ରଞ୍ଜନ କୁମାର ସାହୁ ଓ ମାମାଲି ମଲ୍ଲିକ ଏବଂ ନାରୀନେତ୍ରୀ ଅନୀତା ମହାନ୍ତି ପ୍ରମୁଖ ସୀତାରାମଙ୍କ ଶାସନ ସ୍ଥିତ ଦଳିତ ସାହିର ବାସଭବନ ଠାରେ ପହଞ୍ଚି ତାଙ୍କୁ ଭେଟିବା ସହିତ ଚୁଡା, ଚାଉଳ, ଗହମ,ଡାଲି ଓ ଚୀନ, ମହମବତୀ, ଅଟା ଏବଂ ଦିଆସିଲ୍ ପ୍ରଭୃର୍ତି ବିଭିନ୍ନ ରାସନ ସାମଗ୍ରୀ ପ୍ରଦାନ କରିଥିବା ସହ କିଛି ଆର୍ଥ ସାହାଯ୍ୟ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡ଼ାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here